ବଦଳିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟ, ବିଜେପିକୁ ଟାର୍ଗେଟ କଲେ ଆପ୍ ନେତା

ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ରାମଲୀଳା ମୈଦାନରେ ପସ୍ତୁତି ଚାଲିଛି। ଏହାରି ମଧ୍ୟରେ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣର ସମୟ ପରିବର୍ତ୍ତନ ହୋଇଛି।

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ସମୟ ବଦଳି ଯାଇଛି। ବର୍ତ୍ତମାନ ୨୦ ଫେବୃଆରୀ ସକାଳ ୧୧ରେ ଶପଥ ସମାରୋହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶପଥର ସମୟ ଅପରାହ୍ନ ସାଢେ ୪ଟାରେ ଧାର୍ଯ୍ୟ କରାଯାଇଥିଲା।

ଶପଥ ଗ୍ରହଣର ପୂର୍ବ ଦିନ ଅର୍ଥାତ ୧୯ ଫେବୃଆରୀର ସାଢେ ୩ଟାରେ ବିଜେପି ଦଳର ବୈଠକ ବସିବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଚୟନ କରାଯିବ। ୮ ତାରିଖରେ ନିର୍ବାଚନ ଫଳାଫଳ ଆସିବା ସତ୍ତ୍ୱେ ଏପର୍ଯ୍ୟନ୍ତ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହିଁ। ଏ ନେଇ ବିରୋଧୀ ଦଳ ବିଜେପିକୁ ଲଗାତାର ଟାର୍ଗେଟ କରୁଛି।

ବର୍ଷିଲା AAP: ଆମ ଆଦମୀ ପାର୍ଟୀ ବିଜେପିକୁ ଟାର୍ଗେଟ କରିଛି। ଆପର ଦିଲ୍ଲୀ ରାଜ୍ୟ ସଂଯୋଜକ ଗୋପାଲ ରାୟ କହିଛନ୍ତି ଯେ, ଭାରତର ଇତିହାସରେ ଏହା ପ୍ରଥମଥର ହେଉଛି। ବରଯାତ୍ରୀ ପ୍ରସ୍ତୁତ, ମଣ୍ଡପ ବି ପ୍ରସ୍ତୁତ, ହେଲେ ବର କିଏ ହେବ ଏହା ବିଜେପି ଏପର୍ଯ୍ୟନ୍ତ ଧାର୍ଯ୍ୟ କରିପାରୁନି।

ସେ କହିଛନ୍ତି ଯେ, ବିଜେପି ସବୁି କିଛି କରୁଛି, ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାଛିପାରୁନାହିଁ। ଏପର୍ଯ୍ୟନ୍ତ ବିଜେପି ନିଜ ବିଧାୟକ ଦଳର ବୈଠକ ମଧ୍ୟ କରିପାରୁନି, ଏହା ବିଜେପି ଅଟେ, ଏହା ଆହୁରି ପାଞ୍ଚ ବର୍ଷରେ ରେକର୍ଡ କରିବ।