କୁକୁଡ଼ା ଖାଉଥିଲେ ସାବଧାନ, ୩ଦିନରେ ମଲେଣି ୨୫୦୦, ବ୍ୟାପୁଛି ଅଜଣା ରୋଗ
ପଡ଼ିଛି କୁକୁଡ଼ା ମଡ଼କ। ୩ ଦିନରେ ଅଜଣା ରୋଗରେ ମଲେଣି ୨୫୦୦ କୁକୁଡ଼ା। ଫାର୍ମରେ ପହଞ୍ଚି ଖୋଜି ଖୋଜି କୁକୁଡ଼ାକୁ ମାରୁଛନ୍ତି ପଶୁ ଅଧିକାରୀ।
ଚେନ୍ନାଇ: କୁକୁଡ଼ା ଖାଉଥିଲେ ସାବଧାନ। ବ୍ୟାପୁଛି ଅଜଣା ରୋଗ। ୩ ଦିନ ଭିତରେ ମଲେଣି ୨୫୦୦ କୁକୁଡ଼ା। ହେଲେ କୁକୁଡ଼ାଙ୍କ ମୃତ୍ୟୁ କାହିଁକି ହେଉଛି। କେଉଁ ରୋଗରେ ହେଉଛି ତାହା କିନ୍ତୁ ଏବେଯାଏଁ ଜଣାପଡିନାହିଁ।
ବାର୍ଡ ଫ୍ଲୁ ଭଳି ଏହି ରୋଗର ଲକ୍ଷଣ ଜଣାପଡୁଛି। ହେଲେ ଏହି ରୋଗ ବାର୍ଡ ଫ୍ଲୁ ନୁହେଁ। ଏହି କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି ଚେନ୍ନାଇର ତେଲେଙ୍ଗାନା ନିକଟସ୍ଥ କୋନ୍ନୁର ମଦନପୁରମ ମଣ୍ଡଳ ଅଞ୍ଚଳରେ।
ବାର୍ଡ ଫ୍ଲୁ: ଯଦି ଦେଖିବା କିଛି ପଟିକୁଲାର ସିଜିନରେ ବାର୍ଡ ଫ୍ଲୁ ହୋଇଥାଏ। ଏହି ଘଟଣା ପ୍ରତିବର୍ଷ ଦେଖିବାକୁ ମିଳେ। ହେଲେ ଏବେ ହଠାତ୍ କୁକୁଡାଙ୍କୁ ଅଜଣା ରୋଗ ବ୍ୟାପିବା ସମସ୍ତଙ୍କ ଚିନ୍ତା ବଢ଼େଇ ଦେଇଛି।
ସ୍ଥାନୀୟ କୁକୁଡା ଫାର୍ମ ଗୁଡ଼ିକରେ ଏହି ଘଟଣାକୁ ନେଇ ଆତଙ୍କ ଖେଳି ଯାଇଛି। ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଅଜଣା ରୋଗ: ବିଶେଷ କରି ତେଲେଙ୍ଗାନାର କୁକୁଡ଼ାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏହି ଅଜଣା ରୋଗକୁ ନେଇ କୋନ୍ନୁର ମଦନପୁରମ ଜିଲ୍ଲା ମୁଖ୍ୟ ପଶୁ ଡାକ୍ତର କେ ଭେଙ୍କଟେଶ୍ୱରଙ୍କ କହିବା କଥା, ପ୍ରଥମେ ଏକ ଲୋକାଲ ଫାର୍ମରେ ଏହି ରୋଗ ଲକ୍ଷ୍ୟ କରାଯାଇଥିଲା।
ଯେଉଁଠି ସାଢ଼େ ପାଞ୍ଚ ହଜାର କୁକୁଡ଼ା ଥିବା ବେଳେ, ଫେବୃଆରୀ ୧୬ ତାରିଖରେ ପ୍ରଥମେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିଲା। ଯେତେବେଳେ କି ସେହି ସମୟରେ ୧୧୭ଟି କୁକୁଡ଼ାର ମୃତ୍ୟୁ ହୋଇଥିଲା। ପରେ ତାର ପରଦିନ ହିଁ କୁକୁଡ଼ାଙ୍କ ମୃତ୍ୟୁ ସଂଖ୍ୟା ବଢିଥିଲା।
ପଶୁପାଳନ ବିଭାଗ: ପରେ ପରେ ଦିନକୁ ଦିନ କୁକୁଡ଼ାମାନଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ତିନି ଦିନରେ ୨୫୦୦ ହଜାରରେ ପହଞ୍ଚିଥିଲା। ପରେ ଫାର୍ମ ମାଲିକ ପଶୁପାଳନ ବିଭାଗକୁ ସୂଚନା ଦେଇଥିଲେ। ପଶୁ ଅଧିକାରୀ ମାନେ ସେଠାରେ ପହଞ୍ଚି ମୃତ୍ୟୁର କାରଣ ଖୋଜିବା ସହ। ପାଖରେ ଥିବା ଅନ୍ୟ ଫାର୍ମର କୁକୁଡ଼ାଗୁଡ଼ିକୁ ହତ୍ୟା କରୁଛନ୍ତି। ଏବଂ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
୨୫୦୦ ପକ୍ଷୀଙ୍କ ଏଯାବତ ମୃତ୍ୟୁ ଘଟିଥିବା ବେଳେ ମୃତ କୁକୁଡ଼ା ମାନଙ୍କ ନମୂନା ପରୀକ୍ଷଣ ପାଇଁ ନିଆଯାଇଛି। ଏହା ସହିତ ପରୀକ୍ଷଣ ପରେ କେଉଁ କାରଣରୁ କୁକୁଡା ମାନଙ୍କ ମୃତ୍ୟୁ ହେଉଛି ତାହା ସ୍ପଷ୍ଟ ହେବ।