“OYO ଭଗବାନଙ୍କ ସହ ସମାନ”, ଈଶ୍ୱର ଯେପରି ସବୁଠି ଅଛନ୍ତି OYO ମଧ୍ୟ ସବୁଠି ଅଛି

OYO ପାଇଁ ବଢ଼ିଲା ଅଡୁଆ। ବିବାଦୀୟ ବିଜ୍ଞାପନ ଛାପି ବିବାଦ ଘେରରେ OYO।

ନୂଆଦିଲ୍ଲୀ: ଭଗବାନ ସବୁ ଜାଗାରେ ଅଛନ୍ତି। ଆଉ OYO ବି। ଯେମିତି ଭଗବାନଙ୍କୁ ଆମେ ଯେତେବେଳେ ଯେଉଁଠି ଖୋଜିଲେ ପାଇଯାଆନ୍ତି। ଠିକ୍ ସେହିପରି OYOକୁ ମଧ୍ୟ ଯେତେବେଳେ ଯେଉଁଠି ଖୋଜିବେ ପାଇଯିବେ।

ଆପଣମାନେ ଏହି କଥା ଶୁଣିଲା ପରେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ରାଗ ଆସୁଥିବ। କାରଣ ଏଠି ଭଗବାନଙ୍କ ସହ OYOକୁ ତୁଳନା କରାଯାଇଛି। ହେଲେ ଏକଥା ଆମେ କହୁନାହୁଁ। ଏକ ବିଜ୍ଞାପନରେ ଏପରି ଆଡ ଦେଇ ବିବାଦ ଘରେକୁ ପଶିଛି OYO।

OYOର ବଢ଼ିଲା ବିବାଦ: ତେବେ ଅନେକ ସମୟରେ OYOକୁ ନେଇ ବିବାଦ ଦେଖାଦେଇଛି। କେତେବେଳେ OYO ରୁମରେ ଆତ୍ମହତ୍ୟା ଘଟଣାକୁ ନେଇ ହେଉ କିମ୍ୱା ଅନ୍ୟ କୌଣସି କାରଣକୁ ନେଇ ହେଉ ଚର୍ଚ୍ଚା ଲାଗି ରହିଥାଏ।

ହେଲେ OYO ଏବେ ନିଜକୁ ଭଗବାନଙ୍କ ସହ ମଧ୍ୟ ତୁଳନା କରିବା ଆରମ୍ଭ କରିଛି। ଯାହାକୁ ନେଇ ବିବାଦ ଘେରକୁ ନିଜେ ଟାଣି ହୋଇ ଆସିଛି। ଯେତେବେଳେ କି ଭଗବାନଙ୍କୁ ଆମେ ଆରାଧ୍ୟ ବୋଲି ମାନନ୍ତି। ସେତେବେଳେ OYO ଭଳି ଗୋଟେ ହୋଟେଲକୁ ସେହି ଭଗବାନଙ୍କ ସହ ତୁଳନା କରାଯାଇ ତାଙ୍କୁ ଅପମାନିତ କରାଯାଇଛି।

ଭଗବାନଙ୍କ ସହ ତୁଳନା: ତେବେ ନିକଟରେ ଏକ ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି। ଯାହାକି OYO କମ୍ପାନୀ ପକ୍ଷରୁ ଟଙ୍କା ଦେଇ ଆର୍ଡ ଛପାଯାଇଛି। ପୁରା ଗୋଟେ ପେଜର ଆର୍ଡ ଛପାଯାଇଛି।

ଯେଉଁଥିରେ ବଡ଼ବଡ଼ ଅକ୍ଷରରେ ଲେଖାଯାଇଛି ଭଗବାନ ସବୁଠି ଅଛନ୍ତି। ଏବଂ ତଳେ ଛୋଟ ଅକ୍ଷରରେ ଲେଖାଯାଇଛି ଏବଂ OYO ବି। ଯାହାକୁ ନେଇ ଏବେ ବିବାଦ ବଢ଼ିବା ସହ ବିଭିନ୍ନ ପ୍ରଶ୍ନ ଉଠୁଛି।

କମେଣ୍ଟ: ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଛପାଯାଇଥିବା ବିଜ୍ଞାପନ ଉପରେ ବିଭିନ୍ନ ପ୍ରକାର ବିବୃତ୍ତି ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଅନେକ ରାଗି ଯାଇଥିବା ବେଳେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି।

ଜଣେ ୟୁଜର୍ସ ଲେଖିଛନ୍ତି ଓୟୋର ଏହି ବିଜ୍ଞାପନକୁ ନେଇ ବିବାଦ ହେବ ଏବଂ କମ୍ପାନିର ଭଲ ମାର୍କେଟିଂ ମଧ୍ୟ ହେବ। ସେହିପରି ଅନ୍ୟଜଣେ ଲେଖିଛନ୍ତି ଓୟୋ ଭଗବାନଙ୍କ ସହ ସମାନ? କ’ଣ ଖାଇ ଏଭଳି ବିଜ୍ଞାପନ କରିଛି ଓୟୋ?