(Video) IND vs PAK: କେଉଁ ଟିମ୍ ମାରିବ ବାଜି? ଆଇଆଇଟି ବାବା ଏବେଠୁ କରିଦେଲେ ଘୋଷଣା
ଚାମ୍ପିୟନ୍ସ ଟ୍ରଫିରେ କେଉଁ ଟିମ୍ ଜିତିବ ତାହା ଆଇଆଇଟି ବାବା ଘୋଷଣା କରିଦେଇଛନ୍ତି, ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭରେ ଅନେକ ବାବା ଲାଇମଲାଇଟକୁ ଆସିଛନ୍ତି। ଏଥିରୁ ଆଇଆଇଟି ବାବା ଅନ୍ୟତମ। ଏହି ଆଇଆଇଟି ବାବାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଆଇଆଇଟି ବାବା ଚାମ୍ପିୟନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲାକୁ ନେଇ ଭବିଷ୍ୟବାଣୀ। ସେ ଦୁଇଟି ଟିମର ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଇଆଇଟି ବାବା କହିଛନ୍ତି ଯେ, ଭାରତୀୟ ଟିମ୍ ହାରିବ।
Baba Said “Indian Cricket team Won’t Win his Match against Pakistan” 😭
pic.twitter.com/YuD6myzPob— Ghar Ke Kalesh (@gharkekalesh) February 20, 2025
ଆଇଆଇଟି ବାବା ଏହି ଭିଡିଓରେ କହିଛନ୍ତି ଯେ, “ମୁଁ ତୁମକୁ ପୂର୍ବରୁ କହିଆସୁଛି ଯେ, ଏଥର ଇଣ୍ଡିଆ ଜିତିବ ନାହିଁ। ଏବେ ବିରାଟ କୋହଲି ଏବଂ ଅନ୍ୟ ଖେଳାଳି ଯେତେ ଜୋର ଦେଲେ ସୁଧା ଇଣ୍ଡିଆ ଜିତିବ ନାହିଁ। ମୁଁ ମନା କଲି ମାନେ ଜିତିବ ନାହିଁ। ଏବେ ତୁମେ ବଡ଼ ନା ଭଗବାନ ବଡ଼, ଦେଖାଯିବ। ଏଥର ମୁଁ ଓଲଟା କରିଦେଇଛି।”