ସଚିନଙ୍କ ରେକର୍ଡ଼ ଭାଙ୍ଗିଲେ ଏହି ଖେଳାଳି, ଲଢୁଆ ଇନିଂସ ଖେଳି ସାରା ବିଶ୍ୱରେ ଇତିହାସ ରଚିଲେ
ଦୀର୍ଘ ଦିନର ରେକର୍ଡ ଭାଙ୍ଗିଲେ ଏହି ଖେଳାଳି। ଚାମ୍ପିଅନ୍ସ ଟ୍ରଫିରେ ଧୁଆଁଧାର ବ୍ୟାଟିଂ କରି ଇତିହାସ ରଚିଲେ। ରନ୍ ସ୍କୋରରେ ପୁରା ଦେଶରେ ପ୍ରଥମ ହେବା ସହ ସଚିନଙ୍କ ରେକର୍ଡ ଭାଙ୍ଗିଲେ।
ଲାହୋର: ଭାରତୀୟ କ୍ରିକେଟ୍ ଜଗତର ଲଢୁଆ ବ୍ୟାଟ୍ସମ୍ୟାନ ସଚିନ୍ ତେନ୍ଦୁଲ କର। ଯିଏକି ନିଜର ହାଇ ସ୍କୋର ପାଇଁ ରେକର୍ଡ କରିଛନ୍ତି। ଆଉ ନିଜର ପରିଚୟ ବନାଇଛନ୍ତି। ହେଲେ ଏବେ ତାଙ୍କ ରେକର୍ଡ ବି କାଟିଦେଇଛନ୍ତି ଜଣେ ଯୁବ ବ୍ୟାଟ୍ସମ୍ୟାନ।
କେବଳ ସଚିନଙ୍କ ରେକର୍ଡ କାଟିଛନ୍ତି ତାହା ନୁହେଁ। ବରଂ ସେ ଏକ ଲଢୁଆ ଇନିଂସ ଖେଳି ଇତିହାସ କଚିଛନ୍ତି। ପୂର୍ବରୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ବଡ଼ ସ୍କୋର ୧୪୧ ରନର ଏକ ଇନିଂସ ଖେଳିଥିଲେ ସଚିନ୍ ତେନ୍ଦୁଲକର। ହେଲେ ଏବେ ଏହି ବ୍ୟାଟ୍ସମ୍ୟାନ ଜଣକ ୧୬୫ ରନ୍ କରି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି।
ଇତିହାସ ରଚିଲେ ଖେଳାଳି: ତେବେ ଯଦି ଦେଖିବା ଏବେ ଚାଲିଛି ଆଇସିସି ଟୁର୍ଣ୍ଣାମେଣ୍ଟ। ଆଉ ଆଜି ଖେଳାଯାଉଥିଲା ଚାମ୍ପିଅନ୍ସ ଟ୍ରଫିର ଚତୁର୍ଥ ମ୍ୟାଚ୍। ଯାହାକି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲାହୋରର ଗଦାଫି ଷ୍ଟାଡିୟମରେ ଖେଳାଯାଉଥିଲା।
ଯେଉଁଥିରେ ଏକ ଲଢୁଆ ଇନିଂସ ଖେଳିଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ବେନ୍ ଡକେଟ୍। ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଥିଲା।
ଧୂଆଁଧାର ବ୍ୟାଟିଂ: ଆଉ ଇଂଲଣ୍ଡ ପାଇଁ ପଡିଆକୁ ଓହ୍ଲାଇଥିଲେ ବ୍ୟାଟ୍ସମ୍ୟାନ ବେନ୍ ଡକେଟ୍। ଯିଏକି ଚ୍ୟାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ପାଇଁ ସବୁଠାରୁ ବଡ଼ ଇନିଂସ କରି ରେକର୍ଡ ସୃଷ୍ଟି କରିପାରିଛନ୍ତି। ଏହାସହ ସେ ସାରା ବିଶ୍ୱରେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠାରୁ ବଡ଼ ଇନିଂସ ଖେଳି ରେକର୍ଡ କରିଛନ୍ତି।
ପଛରେ ପଡିଲେ ସଚିନ୍: ଯଦି ଦେଖିବା ଏହା ପୂର୍ବରୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ବଡ଼ ଇନିଂସ ଖେଳିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସଚିନ୍ ୧୯୯୮ ମସିହାରେ ୧୪୧ ରନର ଏକ ଇନିଂସ ଖେଳିଥିଲେ।
ଯାହା ପରଠାରୁ ଆଜିଯାଏଁ କେହି ବି ତାଙ୍କ ରେକର୍ଡ କାଟିପାରିନଥିଲେ। ହେଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ବେନ୍ ଡକେଟ୍ ଧୂଆଁଧାର ବ୍ୟାଟିଂ କରି ୧୬୫ ରନ କରିବା ସହ ସଚିନଙ୍କ ରେକର୍ଡ କାଟିଛନ୍ତି। ଆଉ ପୁରା ବିଶ୍ୱରେ ହାଇସ୍କୋର କରି ଇତିହାସ ରଚିଛନ୍ତି।