ସକାଳୁ ଖାଲି ପେଟରେ ଖାଆନ୍ତୁ ପାଚିଲା ଅମୃତ ଭଣ୍ଡା, ପେଟ ସଫା ହେବା ସହ ନିୟନ୍ତ୍ରଣ ରହିବ ବ୍ଲଡପ୍ରେସର
ଅମୃତ ଭଣ୍ଡା ସକାଳୁ ଖାଇଲେ ଶରୀରକୁ ମିଳେ ଅନେକ ଫାଇଦା, ଜାଣନ୍ତୁ
ଓଡ଼ିଶା ଭାସ୍କର: ଅମୃତ ଭଣ୍ଡା ଭିଟାମିନ ଏବଂ ମିନେରାଲ୍ସ ସହ ପୋଟାସିୟମ, ଫାଇବର ଏବଂ ଫୋଲେଟ ଗୁଣରେ ଭରପୁର। ଏହା ବ୍ୟତୀତ ଏତିରେ ପପେନ ଏନଞ୍ଜାଇମ ମଦ୍ୟ ରହିଥାଏ, ଯାହା ଅନେକ ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବ। ଖାସକରି ପେଟ ସମସ୍ୟା ଥିଲେ, ଏହା ଅମୃତ ସମାନ।
ଯେଉଁ ଲୋକଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ସେମାନେ ସକାଳୁ ଖାଲିପେଟରେ ଏକ କପ ପାଚିଲା ଅମୃତ ଭଣ୍ଡାର ଜୁସ୍ ପିଇବା ଆବଶ୍ୟକ। ଆସନ୍ତୁ ଜାଣିବା ଏହାର ଫାଇଦା..
ସକାଳୁ ଖାଲି ପେଟରେ ଅମୃତ ଭଣ୍ଡାର ଜୁସ ପିଇବା ଲାଭଦାୟକ: ଅମୃତ ଭଣ୍ଡାରେ ଏନଞ୍ଜାଇମ୍ ରହିଥାଏ। ପେପେନ ଏନଞ୍ଜାଇମ ଭୋଜନକୁ ହଜମ କରିବାରେ ସାହାଯ୍ୟ କରିଥାଏ। ଏହା ଇମ୍ୟୁନିଟି ବୁଷ୍ଟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ପ୍ରତିଦିନ ସକାଳୁ ଖାଲି ପେଟରେ ଅମୃତ ଭଣ୍ଡା ଖାଇବା ହଜମକୁ ବୃଦ୍ଧି କରିଥାଏ। ଭଣ୍ଡାରେ ଆପଣଙ୍କ ଶରୀର ଡିଟକ୍ସ ହୋଇଥାଏ, ଖାସକରି ଯେଉଁ ଲୋକମାନଙ୍କୁ ମଳତ୍ୟାଗ କରିବାରେ କଠିନତା ପରିଲକ୍ଷିତ ହେଉଛି, ସେମାନେ ଅମୃତ ଭଣ୍ଡା ଖାଇବା ଦ୍ୱାରା ଏହି ସମସ୍ୟା ଖୁବଶୀଘ୍ର ଦୂର ହୋଇଥାଏ।
ଏହା ବ୍ୟତୀତ ଆପଣଙ୍କର ଗ୍ୟାଷ୍ଟ୍ରିକ, ହଜମ ନ ହେବା ସମସ୍ୟା ରହିଥିଲେ, ଏହାକୁ ଅବଶ୍ୟ ସେବନ କରନ୍ତୁ। ଏହାର ସେବନରେ ଆପଣଙ୍କ ପାଚନ କ୍ରିୟା ମଜବୁତ ହେବ। ଏଥିସହ ଯଦି ଆପଣଙ୍କର କୋଲେଷ୍ଟ୍ରଲ ବଢିଯାଇଛି ତେବେ ଆପଣ ପାଚିଲା ଅମୃତ ଭଣ୍ଡାକୁ ଖାଲି ପେଟରେ ଖାଆନ୍ତୁ।
ଏହା ଖରାପ କୋଲେଷ୍ଟ୍ରଲକୁ କମ କରିଥାଏ। ଅମ-ତ ଭଣ୍ଡାରେ ପୋଟାସିୟମ ମାତ୍ରା ଅଧିକ ଥାଏ, ଯେଉଁଥିରେ ବ୍ଲଡପ୍ରେସର ନିୟନ୍ତ୍ରଣ ରହିଥାଏ।