କମିଲା ସୁନା ଦର, ଶୀଘ୍ର ଯାଇ କିଣି ଆଣନ୍ତୁ, ନ ହେଲେ ପୁଣି ବଢ଼ିଯିବ
ହୁ ହୁ ହୋଅ ବଢ଼ି ଚାଲିଥିଲା ସୁନା ଦର। ହେଲେ ଏବେ ଏହି ଦାମରେ ପରିବର୍ତ୍ତନ ହୋଇଛି। ଆଉ ସୁନା ଦର ହ୍ରାସ ପାଇଛି। ତେଣୁ ଶୀଘ୍ର ଦୋକାନ ଯାଆନ୍ତୁ। ଆଉ ବାହାଘର ପାଇଁ ସୁନା କିଣନ୍ତୁ। ନ ହେଲେ ପୁଣି ବଢ଼ିଯିବ!
ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମିଳିଲା ଟିକେ ଆଶ୍ୱସ୍ତି। କାରଣ ଏବେ ଯେହେତୁ ବାହାଘର ସିଜିନ୍ ଚାଲିଛି ତେଣୁ ସମସ୍ତେ ସୁନା ଗହଣା କିଣିବାରେ ବ୍ୟସ୍ତ। ଯେହେତୁ ଜଣେ ଝିଅ ବାହା ଦେବ ଆଉ ଜଣେ ବୋହୂ ଆଣିବ। ତେଣୁ ସୁନା ଗହଣା ତ କିଣାଯିବା ଜରୁରୀ।
ହେଲେ ଏଥିରେ ବାଧକ ସାଜିଛି ସୁନାର ଦାମ। କାରଣ ଏଇ କିଛି ଦିନ ହେବ ସୁନା ଦର ଯେଉଁଭଳି ଭାବରେ ହୁ ହୁ ହୋଇ ବଢିଚାଲିଛି। ସୁନା କିଣିବା କଥା ଭାବିବା ବେଳକୁ ଡର ଲାଗୁଛି। ଯେପରି ଜଣା ପଡୁଛି ସୁନା ଦର ବଢି ଲକ୍ଷେ ଛୁଇଁଯିବ। ହେଲେ ଏହାରି ଭିତରେ ଏକ ଆଶ୍ୱସ୍ତି କର ଖବର ମିଳିଛି କି ସୁନା ଦରରେ କିିଛିଟା ହ୍ରାସ ହୋଇଛି। ତେଣୁ ଆସନ୍ତୁ ଜାଣିବା ଆଜି ମାର୍କେଟରେ ସୁନା ଦାମ୍ କେତେ ରହିଛି।
ସୁନା ଦାମ୍: ଯଦି ଦେଖିବା ନିକଟରେ ସୁନା ଦାମ ବଢି ଭରିଏ ୨୨ କ୍ୟାରେଟ୍ ସୁନା ଦର ଥିଲା ୮୦ ହଜାର ୫୦୦ ଟଙ୍କା। ଠିକ୍ ସେହିପରି ୨୪ କ୍ୟାରେଟ୍ ସୁନାର ଦାମ୍ ଥିଲା ୮୭ ହଜାର ୮୨୦ ଟଙ୍କା। ହେଲେ ଏବେ ଏହି ରେଟରେ କିଛିଟା ପରିବର୍ତ୍ତନ ହୋଇଛି।
ଆଉ ଆପଣାନେ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତାହାଲେ ଏବେ ସୁନା କିଣି ନିଅନ୍ତୁ। ନହେଲେ କିଏ ଜାଣେ ପୁଣି କେତେବେଳେ ସୁନା ଦାମ୍ ବଢିଯାଇପାରେ। ଏଥିରେ କୌଣସି ଗ୍ୟାକେଣ୍ଟି ନାହିଁ। କାରଣ ସୁନା ଦର କେତେବେଳେ କମିବ ଆଉ କେତେବେଳେ ବଢ଼ିବ ତାହା ଦୋକାନୀଙ୍କୁ ବି ଜଣା ନଥାଏ।
ଖସିଲା ସୁନା ଦର: ତେବେ ସେ ଯାହା ହେଉନା କାହିଁକି କିଛି ଦିନ ହେବ ଯେଉଁ ଭଳି ଭାବରେ ସୁନା ଦାମ୍ ବଢିଚାଲିଥିଲା ସୁନା କିଣିବା ପାଇଁ ଦଶ ଥର ଭାବିବା ପାଇଁ ପଡୁଥିଲା। ହେଲେ ଏବେ ଏହୁ ଦର ଖସିଛି। ବେଶୀ ନକମିଲେ ମଧ୍ୟ କିଛିଟା କମିଛି।
ତେବେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଭରିଏ ୨୨ କ୍ୟାରେଟ୍ ସୁନା ଦର ୮୦,୫୦୦ ଟଙ୍କା ଥିବା ବେଳେ ଆଜି ଏହା ହ୍ରାସ ପାଇ ୮୦,୪୯୦ ଟଙ୍କାରେ ପହଞ୍ଚିଛି। ସେହିପରି ଭରିଏ ୨୪ କ୍ୟାରେଟ୍ ସୁନା ଦର ୮୭,୮୨୦ ଟଙ୍କାରୁ କମି ୮୭,୮୧୦ ଟଙ୍କାରେ ପହଞ୍ଚିଛି।
କେବଳ ଭୁବନେଶ୍ୱରରେ କମିଛି ତାହା ନୁହେଁ କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ହୋଇଛି। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୮୦,୪୯୦ ଟଙ୍କା ରହିଛି।
ବଢ଼ିଛି ରୂପା: ହେଲେ ଏପଟେ ସିନା ସୁନା ଦରରେ କିଛି ପରିମାଣରେ ହ୍ରାସ ପାଇଛି। ହେଲେ ସେପଟେ ରୂପା ଦରରେ ବୃଦ୍ଦି ପାଇଛି। ଶୁଦ୍ଧ ରୂପା ୧୦ ଗ୍ରାମ୍ ପିଛା ୧୦୭୦ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମ୍ ପିଛା ୧୦,୭୦୦ ଓ ୧ କେଜି ପିଛା ୧,୦୭,୦୦୦ ଟଙ୍କା ରହିଛି।