ମୁଖ୍ୟମନ୍ତ୍ରୀ ଆଣପଙ୍କ ଅସୁବିଧାର ତୁରନ୍ତ ସମାଧାନ କରିବେ, ପଞ୍ଜୀକରଣ କରି ମୋହନଙ୍କୁ ଭେଟିବାର ସୁଯୋଗ ପାଆନ୍ତୁ
ଆଜିଠାରୁ ପଞ୍ଜୀକରଣ ଆରମ୍ଭ । ସର୍ବାଧିକ ୧୦୦୦ ଜଣଙ୍କୁ ମିଳିବ ନିଜ ଦୁଃଖ ଶୁଣାଇବାର ସୁଯୋଗ ।
ଭୁବନେଶ୍ୱର: ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହେବ । ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜନ ହେବାକୁ ଥିବା ଏହି ଜନଶୁଣାଣି ପାଇଁ ଶୁକ୍ରବାର ପୂର୍ବାହ୍ନ ୧୧ରୁ ଅନଲାଇନରେ ପଞ୍ଜୀକରଣ କରିବାକୁ ପଡ଼ିବ ।
ସର୍ବାଧିକ ୧୦୦୦ ଅଭିଯୋଗକାରୀ ସେମାନଙ୍କ ନାଁ ପଞ୍ଜୀକରଣ କରିପାରିବେ । ତେବେ ଆଗ୍ରହୀ ଲୋକମାନେ ଜନଶୁଣାଣି ପୋର୍ଟାଲ https://janasunani.odisha.gov.in ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରିବା ପାଇଁ ପଞ୍ଜୀକରଣ କରିପାରିବେ ।
ଅଭିଯୋଗ ପ୍ରକୋଷ୍ଠକୁ ଆସିବାବେଳେ ସାଙ୍ଗରେ ବ୍ୟକ୍ତିଗତ ପରିଚୟପତ୍ର, ଅଭିଯୋଗପତ୍ର ସହ ଆସିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।