କଂଗ୍ରେସ ସଂଖ୍ୟାଲଘୁ ସେଲର ବିକ୍ଷୋଭ ବେଳେ ମୁହାଁମୁହିଁ, କିଟ୍ ସାମ୍ମାରେ କର୍ମୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତି

କିଟରେ ଛାତ୍ରୀ ମୃତ୍ୟୁ ଘଟଣା । ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଠେଲାପେଲା ସ୍ଥିତି ।

ଭୁବନେଶ୍ବର: କିଟ୍‌ ସାମ୍ନାରେ ପୁଣି ଥରେ ଧସ୍ତାଧସ୍ତି ପରିସ୍ଥିତି ସ୍ଥିତି । କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ର ବିକ୍ଷୋଭ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ।

ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜୁଥିବା ବେଳେ ଅନେକ କର୍ମୀଙ୍କୁ ଅଟକ ରଖିଛି ପୋଲିସ । ଖବର ଅନୁସାରେ, ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ।

କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ପାଖାପାଖି 20 ଦିନ ବିତିଯାଇଥିଲେ ହେଁ ତଦନ୍ତ କେଉଁ ଦିଗରେ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିକ୍ଷୋଭକାରୀ । କିଟ୍ ପ୍ରତିଷ୍ଠାତାଙ୍କ କୁଶପୁତ୍ତଳିକା ଜଳାଇବା ସହିତ ତାଙ୍କ ଗିରଫ ପାଇଁ ଦାବି ଜଣାଇଛନ୍ତି । କଂଗ୍ରେସ କର୍ମୀମୀନେ ଜୋର ଦବରଦସ୍ତ କିଟ୍ ଭିତରକୁ ପ୍ରେବଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା ।

ତେବେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀଙ୍କୁ ପୋଲିସ ଉଠାଇ ନେଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି । ପୋଲିସ ଘଟଣା ଉପରେ ନଜର ରଖିଛି ।