Breaking: ସାର୍ବଜନୀନ ହେବନି ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ, ସରକାର ଦାଖଲ କଲେ ସତ୍ୟପାଠ

କଟକ: ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସତ୍ୟପାଠ ଦାଖଲ କଲେ ସରକାର ।

ସତ୍ୟପାଠରେ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ସାର୍ବଜନୀନ ହେବନି ବୋଲି କୁହାଯାଇଛି ।

ଚାବି ହଜିବାର ତଦନ୍ତ କରୁଥିଲେ ଜଷ୍ଟିସ୍ ରଘୁବର ଦାସ କମିଶନ । ତଦନ୍ତ ଶେଷ କରି ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି କମିଶନ ।

ସରକାର କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ବାଧ୍ୟ ନୁହେଁ ବୋଲି ସତ୍ୟପାଠରେ କୁହାଯାଇଛି । ଆସନ୍ତା ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।