‘ମାଆ ସୁଭଦ୍ରାଙ୍କ ପାଇଁ ଜାଳନ୍ତୁ ଦୀପ’, ମାର୍ଚ୍ଚ ୭ ତାରିଖରେ ଦୀପ ଜାଳିବାକୁ ଅପିଲ୍ କଲେ ଉପମୁଖ୍ୟମନ୍ତ୍ରୀ
ଦୀପ ଜାଳିବାକୁ ଅପିଲ୍ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୭ ତାରିଖ ସନ୍ଧ୍ୟାରେ ଦୀପ ଜାଳନ୍ତୁ। ଦୀପ ଜାଳିବାକୁ ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ମାଆ ସୁଭଦ୍ରାଙ୍କ ପାଇଁ ଗୋଟିଏ ଲେଖାଏଁ ଦୀପ ଜାଳନ୍ତୁ। ସେ ପ୍ରତି ମହିଳାମାନଙ୍କୁ ନିଜ ଘରେ ଦୀପ ଜାଳିବାକୁ ଅପିଲ୍ କରିଛନ୍ତି।
ଆଜି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଯାଇଛି। ଆଜି ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ସହାୟତା କରାଯାଇଛି। ୧୧୫ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ଆଜି ପ୍ରଦାନ କରାଯାଇଛି। ଏ ନେଇ ଘୋଷଣା କରିଛନ୍ତି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସେ ଆହୁରି କହିଛନ୍ତି ଯେ, ଏଥିପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ୧୫୦୦ ଟଙ୍କାର ପୁରସ୍କାର ମିଳିବ। ଏଥିସହ ସହାୟିକାଙ୍କୁ ୫୦୦ ଟଙ୍କାର ପୁରସ୍କାର ମିଳିବ। ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ।