ଜହ୍ନରେ ରହିଛି ଜଳଭଣ୍ଡାର, ବୈଜ୍ଞାନିକମାନଙ୍କ ଦାବି

ଚନ୍ଦ୍ରପୃଷ୍ଠ ତଳେ ପ୍ରଚୁର ପରିମାଣରେ ବରଫ ଥାଇପାରେ। ପୂର୍ବରୁ ଯେତିକି ଅନୁମାନ କରାଯାଉଥିଲା, ତା’ ଠାରୁ ଅଧିକ ସ୍ଥାନରେ ବରଫ ଥାଇପାରେ ବୋଲି ଆଶା କରାଯାଉଛି।

ନୂଆଦିଲ୍ଲୀ: ଜହ୍ନରେ ପାଣି। ଅନୁମାନ କରାଯାଉଛି ଜହ୍ନରେ ଆଶାଠାରୁ ଅଧିକ ପାଣି ଥାଇପାରେ। ଯଦିଓ ଏହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ, ହେଲେ ଚନ୍ଦ୍ରପୃଷ୍ଠରେ ବରଫରେ ଭଣ୍ଡାର ଥାଇପାରେ ବୋଲି ଅନୁମାନ କରାଯାଉଛି।

ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରି ଭାରତକୁ ଐତିହାସିକ ସଫଳତା ଦେଇଥିବା ଚନ୍ଦ୍ରଯାନ-୩, ଜହ୍ନ ରାଇଜରେ  ଜଳର ସନ୍ଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ସାଉଁଟିଛି। ଚନ୍ଦ୍ରଯାନ-୩ ତଥ୍ୟରୁ ବଡ଼ ସମ୍ଭାବନା ଆମ୍ନାକୁ ଆସିଲା।

ଜହ୍ନରେ ପାଣି: ବୈଜ୍ଞାନିକ ଜ୍ଞାନ କୌଶଳ ଏବେ ବହୁ ଆଗକୁ ଗଲା। ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ମାଧ୍ୟମରେ ବିଭିନ୍ନ ପ୍ରକାରର ଚମତ୍କାର କଥା ଜଣା ପଡୁଛି। ଠିକ୍ ସେହିପରି ଜହ୍ନରେ ପାଣି ସହ ବରଫ ସୃଷ୍ଟି ହେଲା ଭଳି ଅନୁକୂଳ ପରିସ୍ଥିତି ରହୁଥିବା ଗବେଷକ ଟିମ୍ ଦାବି କରିଛନ୍ତି।

ପୂର୍ବରୁ ମଧ୍ୟ ଇସ୍ରୋର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-୧ ପ୍ରଥମେ ଜହ୍ନରେ ଜଳର ସନ୍ଧାନ କରି ସାରା ବିଶ୍ୱକୁ ଚମକାଇ ଦେଇଥିଲା। ଯାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ କି ଜହ୍ନରେ ବି ପାଣି ଥାଇପାରେ। ତାହା କିନ୍ତୁ ମୁନ୍ ମିଶନ ମାଧ୍ୟମରେ ସମ୍ଭବ ହୋଇପାରିଥିଲା।

ଚନ୍ଦ୍ରଯାନ-୩: ୨୦୨୩ ମସିହା ଅଗଷ୍ଟ ୨୩ ତାରିଖରେ ଇସ୍ରୋକୁ ମିଳିଥିଲା ବଡ଼ ସଫଳତା। ଚନ୍ଦ୍ରଯାନ-3 ଲ୍ୟାଣ୍ଡର ବିକ୍ରମ ଶିବଶକ୍ତି ପଏଣ୍ଟରେ ସଫଳତାର ସହ ସଫ୍ଟଲ୍ୟାଣ୍ଡିଂ କରିଥିଲା। ଯାହାପରେ ପୁରା ବିଶ୍ୱରୁ ଭାରତକୁ ପ୍ରଶଂସାର ସୁଅ ଛୁଟିଥିଲା।

ବିକ୍ରମ ଲ୍ୟାଣ୍ଡିଂ କରିସାରିବା ପରେ, ଏଥିରେ ଲାଗିଥିବା ଥର୍ମୋମିଟର ଭଳି ଯନ୍ତ୍ର ଚାସ୍ତେ ଚନ୍ଦ୍ରପୃଷ୍ଠର ତାପମାତ୍ରା ମାପିଥିଲା। ୧୦ ସେଣ୍ଟିମିଟର ମାଟି ତଳେ ଏହା ଦିନ ବେଳା ୮୨ ଡିଗ୍ରୀ ସେଲସିୟସ ଓ ରାତିରେ ମାଇନସ୍ ୧୭୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରିଥିଲା।

ପୂର୍ବରୁ ଯେତିକି ଅନୁମାନ କରାଯାଉଥିଲା, ତା’ ଠାରୁ ଅଧିକ ସ୍ଥାନରେ ବରଫ ଥାଇପାରେ ବୋଲି ଆଶା କରାଯାଉଛି। ବିଶେଷ କରି ମେରୁ ଅଞ୍ଚଳରେ ବରଫର ପରିମାଣ ଅଧିକ ରହିପାରେ। ଅହମ୍ମଦାବାଦ ସ୍ଥିତ ଫିଜିକାଲ୍ ରିସର୍ଚ୍ଚ ଲାବୋରେଟରିର ଦୁର୍ଗା ପ୍ରସାଦ କରନମଙ୍କ ନେତୃତ୍ୱରେ ଚନ୍ଦ୍ରଯାନ-୩ ରିସର୍ଚ୍ଚ ଟିମ୍ ଏହି ଦାବି କରିଛନ୍ତି।