ସେଦିନ ହାର ବେଳେ ସାନ୍ତ୍ୱନା ଦେଇଥିଲେ, ଏବେ ଖୁସିରେ କୁଣ୍ଢାଇ ପକାଇଲେ

ଏବେ ସବୁଠି ଭାଇରାଲ ବିରାଟ-ଅନୁଷ୍କାଙ୍କ ସୁନ୍ଦର ମୂହୁର୍ତ୍ତର ଫଟୋ। ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ କୋହଲିଙ୍କୁ ଅନୁଷ୍କାଙ୍କ ଆଲିଙ୍ଗନ କରିବା ସେଦିନର କଥା ମନେ ପକାଇଦେଲା।

ନୂଆଦିଲ୍ଲୀ: ଜଣେ ପ୍ରକୃତ ଜୀବନସାଥୀ, ଯିଏ ତୁମର ସବୁ ସୁଖରେ ଦୁଃଖରେ ସାତ୍ ଦେଉଥିବ। ଠିକ୍ ସେହିପରି ଏହି ଦୁଇଜଣଙ୍କ ଯୋଡି। ହାରିବା ବେଳେ ବି ସ୍ୱାମୀକୁ ସାନ୍ତ୍ୱନା ଦେବା ପାଇଁ ନିଜ କାନ୍ଧ ଦେଖେଇ ଦେଇଥିଲେ। ଆଉ ସ୍ୱାମୀର ଜିତ୍ ପରେ ତାଙ୍କୁ କୁଣ୍ଢାଇ ଖୁସି ବ୍ୟକ୍ତ କରିଛନ୍ତି।

ଆପଣମାନେ ଅନୁମାନ କରିପାରୁଥିବେ ଆମେ କାହା କଥା କହୁଛୁ। ହଁ ସେହି କ୍ୟୁଟ୍ କପୁଲ ରନ୍ ମେସିନ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା। ଯାହାଙ୍କର ଅନେକ ଫଟୋ ଏବଂ ଭିଡ଼ିଓ ଏବେ ଭାଇରାଲ ହେଉଛି।। ହେବନି ବା କେମିତି କଥାଟା ତ ସେମିତି।

ଚାମ୍ପିୟନ୍ସ ଟ୍ରଫି: ଗତକାଲି ଭାରତ ଚାମ୍ପିଅନ୍ସ ଟ୍ରଫିର ଚାମ୍ପିଅନ୍ ହୋଇଛି। ଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ। କିୱି ଟିମକୁ ୪ ୱିକେଟରେ ହରାଇ ବିଜୟ ମୁକୁଟ ପିନ୍ଧିଚି ଭାରତ। ଆଉ ଯାହାପରେ ଆରମ୍ଭ ହୋଇଯାଇଛି ସବୁଠି ସେଲିବ୍ରେସନ।

ତେବେ ଏହି ସେଲିବ୍ରେସନ ଭିତରେ ଅଧିକ କ୍ୟାମେରା ଫୋକସ ପଡିଥିଲା ବିରାଟ କୋହଲି ଏବଂ ଅନୁଷ୍କାଙ୍କ ଉପରେ। ସବୁଥର ପରି ମ୍ୟାଚ୍ ସରିବା ପରେ କୋହଲି ଅନୁଷ୍କାଙ୍କୁ ଆଲିଙ୍ଗନ କରିଥିଲେ। ଏବଂ ଦୁହେଁ ଡବେଶ ଖୁସି ଥିବା ମଧ୍ୟ ନଜର ଆସିଥିଲା।

ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରୁଥିବାର ସୁନ୍ଦର ମୁହୁର୍ତ୍ତର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ହେଲେ ବିରାଟ ଏବଂ ଅନୁଷ୍କାଙ୍କ ଏହି ଆଲିଙ୍ଗନ ସେଦିନର କଥା ବି ମନେ ପକାଇ ଦେଇଛି।

ଓ୍ୱାର୍ଲ୍ଡ କପ୍: ହଁ ୨୦୨୩ ମସିହା ଓ୍ୱାର୍ଲ୍ଡ କପ୍ କଥା। ଯେତେବେଳେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଉଥିଲା। ଯେହେତୁ ଭାରତୀୟ ଟିମ୍ ୧୦ଟି ମ୍ୟାଚ ଖେଳି ସବୁଥିରେ ବିଜୟୀ ହୋଇଥିଲା। ସେଥିପାଇଁ ଭାରତୀୟ ଟିମଙ୍କ ଉପରେ ସମସ୍ତଙ୍କ ଭରସା ଥିଲା ଏଥର ଓ୍ୱାର୍ଲ୍ଡ କପ ଭାରତ ହିଁ ନେବ।

ହେଲେ ଫାଇନାଲ ମ୍ୟାଚରେ ସବୁକିଛି ଓଲଟପାଲଟ ହୋଇଗଲା। ଏବଂ ଭାରତକୁ ପରାଜିତ କରି ଅଷ୍ଟ୍ରେଲିଆ ଓ୍ୱାର୍ଲ୍ଡକପ୍ ହାତେଇ ନେଲା। ସେତେବେଳେ କ୍ରିକେଟ ପ୍ରେମୀଙ୍କ ମନରେ ଯେତିକି ଦୁଃଖ ଆସିଥିଲା ସେତିକି ମଧ୍ୟ କାନ୍ଦିଥିଲେ କ୍ରିକେଟର।

ଆଉ ଯେତେବେଳେ ମ୍ୟାଚ୍ ହାରି କୋହଲି ଭାଙ୍ଗି ପଡିଥିଲେ, ସେତେବେଳେ ତାଙ୍କୁ ଆଲିଙ୍ଗନ କରି ସାନ୍ୱନା ଦେଇଥିଲେ ଅନୁଷ୍କା। ଆଉ ଏବେ ଯେତେବେଳେ ଭାରତ ଚାମ୍ପିୟନ୍ସ ଟ୍ରଫି ହାତେଇଲା। ସେତେବେଳେ ଖୁସିରେ ଅନୁଷ୍କା ବିରାଟଙ୍କୁ କୁଣ୍ଢାଇ ପକାଇଥିଲେ।

ପରେ ଦୁହେଁ ଷ୍ଟାଡିୟମ ଭିତରକୁ ଯାଇ ଅନ୍ୟ ପ୍ଲେୟର୍ସଙ୍କ ସହ ଖୁସି ବାଣ୍ଟିଥିଲେ। ଆଉ ଏହି ସବୁ ସୁନ୍ଦର ମୁହୁର୍ତ୍ତର ଫଟୋ ଭିଡିଓ ଏବେ ଭାଇରାଲ ହେଉଛି। ଆଉ ସବୁବେଳେ ବିରାଟଙ୍କ ସାତ୍ ଦେଉଥିବାରୁ ୟୁଜର୍ସମାନେ ଅନୁଷ୍କାଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି।