Breaking: ୨ରୁ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା, ଆବଶ୍ୟକ ନପଡ଼ିଲେ ଘରୁ ବାହାରନ୍ତୁ ନାହିଁ
ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ। ୪-୫ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ତାତି। ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢିବା ନେଇ ପୂର୍ବାନୁମାନ।
ଭୁବନେଶ୍ୱର: ଯଦି ଘରୁ ବାହାରକୁ ଗୋଡ଼ କାଢୁଛନ୍ତି ତାହାଲେ ସତର୍କ ହୋଇଯାଆନ୍ତୁ। ବିଶେଷ କରି ଦିନରେ। ଆଉ ଯଦି ସେପରି କିଛି ଗୁରୁତ୍ୱପୂର୍ଣ୍ଣ କାମ ନାହିଁ, ତାହାଲେ ଜମାବି ଘରୁ ପାଦ କାଢନ୍ତୁ ନାହିଁ। ଆଉ ଯଦି ବି ଘରୁ ବାହାରକୁ ଯାଉଛନ୍ତି ସାଙ୍ଗରେ ଖରାରୁ ବର୍ତ୍ତିବା ପାଇଁ ଉପଯୁକ୍ତ ସାମଗ୍ରୀ ସାଙ୍ଗରେ ଧରି ଯାତ୍ରା କରନ୍ତୁ।
କାରଣ ଏବେ ଆକାଶରୁ ହେବ ନିଆଁ ବର୍ଷା। ଏନେଇ SRCଙ୍କ ଅଫିସରୁ ମଧ୍ୟ ପ୍ରଚଣ୍ଡ ରୌଦ୍ରତାପ ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ତେବେ ସୂଚନାନୂସାରେ ଆସନ୍ତାକାଲି ଏବଂ ତା ପରଦିନ ଆକାଶରୁ ଅଗ୍ନିବର୍ଷା ହେବା ସହ ପ୍ରବଳ ଗୁଳୁଗୁଳି ହେବା ନେଇ ମଧ୍ୟ ପାଣିପାଗ ବିଭାଗ ଅନୁମାନ କରୁଛି।
ଆଜି ମଧ୍ୟ ରାଜ୍ୟରେ ପ୍ରବଳ ତାତି ରହିବା ସହ ଖରାରେ ଅସ୍ତବ୍ୟସ୍ତ ହେବ ଜନଜୀବନ। ଏପରିକି ୨ରୁ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ମଧ୍ୟ ବଢିପାରେ। ବିଶେଷ ଭାବରେ ଏବେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ଅଧା ଓଡିଶାରେ ପାରଦ ୪୦ ଡିଗ୍ରୀ ପାର୍ ହେବାର ସମ୍ଭାବନା ମଧ୍ୟ ରହିଛି।
ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିସହ ୪-୫ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ତାତି। ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।