No Smoking Day 2025: କେବଳ ଫୁସଫୁସକୁ ନୁହେଁ, ଶରୀରର ଏହି 5 ଅଙ୍ଗକୁ ଅକାମୀ କରିଦିଏ ସିଗାରେଟ୍ ଧୂଆଁ
ସିଗାରେଟ୍ ଟାଣୁଥିଲେ ହୋଇଯାଆନ୍ତୁ ସାବଧାନ ।
ନୂୂଆଦିଲ୍ଲୀ: ଆଜି ଧୂମପାନ ନିଷେଧ ଦିବସ । ତେବେ ସିଗାରେଟ୍ କେବଳ ଫୁସଫୁସକୁ କ୍ଷତି ପହଞ୍ଚାଏ ନାହିଁ ବରଂ ପୁରା ଶରୀରରେ ବିଷ ପାଲଟି ଯାଇଥାଏ । ହୃଦୟରୁ ମସ୍ତିଷ୍କ, ଚର୍ମରୁ ଆଖି ପର୍ଯ୍ୟନ୍ତ – କୌଣସି ଅଙ୍ଗ ଏହି ବିଷରୁ ବାଦ ପଡ଼ିନାହିଁ । ତେବେ ଧୂମପାନ ଯୋଗୁଁ ପ୍ରତିଦିନ ଅନେକଙ୍କର ଜୀବନ ଯାଉଛି ।
ହାର୍ଟ- ସିଗାରେଟ୍ ଟାଣିବା ଲୋକଙ୍କଠାରେ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା 2 ରୁ 4 ଗୁଣ ଅଧିକ ଥାଏ !
ସିଗାରେଟର ନିକୋଟିନ୍ ଏବଂ ଟାର ରକ୍ତବାହୀ ନଳୀକୁ ସଙ୍କୁଚିତ କରିଦିଏ, ଯାହା ରକ୍ତ ସଞ୍ଚାଳନକୁ ପ୍ରଭାବିତ କରେ ଏବଂ ହୃଦରୋଗର ଆଶଙ୍କା ବୃଦ୍ଧି କରେ ।
ଧୂଆଁରେ ଥିବା କାର୍ବନ ମନୋକ୍ସାଇଡ୍ ରକ୍ତରେ ଅମ୍ଳଜାନର ପରିମାଣକୁ ହ୍ରାସ କରେ, ଯାହା ହୃଦୟ ଉପରେ ଅଧିକ ଚାପ ପକାଇଥାଏ ।
ରକ୍ତଚାପ ସବୁବେଳେ ଉଚ୍ଚ ରହିଥାଏ, ଯାହା ଧୀରେ ଧୀରେ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି କରେ ।
ବ୍ରେନ- ଧୂଆଁରେ ଥିବା ରାସାୟନିକ ପଦାର୍ଥ ମସ୍ତିଷ୍କ କୋଷଗୁଡ଼ିକୁ କ୍ଷତି ପହଞ୍ଚାଇ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି କରେ।
ଏହା ସ୍ନାୟୁତନ୍ତ୍ରକୁ ଦୁର୍ବଳ କରିଦିଏ, ଯାହା ଦ୍ଵାରା ଏକାଗ୍ରତା ଏବଂ ଚିନ୍ତା କ୍ଷମତା ହ୍ରାସ ପାଏ ।
ଚର୍ମ- ସିଗାରେଟ୍ ଧୂଆଁ ଆପଣଙ୍କ ଚର୍ମରୁ ଆର୍ଦ୍ରତା ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଛଡ଼ାଇ ନେଇଯାଏ, ଯାହା ଫଳରେ ମୁହଁରେ କୁଞ୍ଚନ, ଦାଗ ଏବଂ ମଳିନ ଚର୍ମ ଦେଖାଯିବା ଆରମ୍ଭ ହୁଏ।
କୋଲାଜେନ୍ ଉତ୍ପାଦନ ହ୍ରାସ ପାଏ, ଯାହା ଫଳରେ ଚର୍ମ ଝଡ଼ିଯାଏ ଏବଂ ସମୟ ପୂର୍ବରୁ ବୃଦ୍ଧ ଦେଖାଯିବା ଆରମ୍ଭ ହୋଇଥାଏ ।
ଧୂମପାନ କରୁଥିବା ଲୋକଙ୍କ ଚର୍ମ ଶୀଘ୍ର ମଳିନ ଏବଂ କଳା ହୋଇଯାଏ, କାରଣ ଧୂମପାନ ଚର୍ମକୁ ଅମ୍ଳଜାନ ଯୋଗାଣ ହ୍ରାସ କରେ ।
କିଡନୀ- ଧୂଆଁରେ ଥିବା ବିଷାକ୍ତ ପଦାର୍ଥ ବୃକକ୍ ଟିସୁକୁ କ୍ଷତି ପହଞ୍ଚାଏ, ଯାହା ଫଳରେ ବୃକକ୍ ଧୀରେ ଧୀରେ ଖରାପ ହୋଇଯାଏ ।
ଏହା ରକ୍ତଚାପ ବୃଦ୍ଧି କରେ, ଯାହା କିଡନୀ ଫେଲ ହେବାର ସବୁଠାରୁ ବଡ଼ କାରଣ ହୋଇପାରେ ।
ଆଖି- ସିଗାରେଟ୍ ଧୂଆଁ ଆଖିର ନାଜୁକ ରକ୍ତବାହୀ ନଳୀକୁ କ୍ଷତି ପହଞ୍ଚାଏ, ରକ୍ତ ସଞ୍ଚାଳନକୁ ମନ୍ଥର କରିଦିଏ ଏବଂ ଦୃଷ୍ଟିଶକ୍ତିକୁ ଦୁର୍ବଳ କରିଦିଏ ।
ଦୀର୍ଘ ସମୟ ଧରି ଧୂମପାନ କରିବା ଦ୍ୱାରା ଶୀଘ୍ର ମୋତିଆବିନ୍ଦୁ ଏବଂ ଦୃଷ୍ଟି ଝାପ୍ସା ହୋଇପାରେ।