ନୂଆ Ransomware Attackର ବିପଦ, FBI ଜାରି କଲା ୱାର୍ଣ୍ଣିଂ, ନିଜକୁ ଏମିତି ରଖନ୍ତୁ ସୁରକ୍ଷିତ

..ର ବିପଦ, ଏହି ଆଟାକରେ ଡାଟା ଚୋରି ପରେ ତାକୁ ଲିକ ପାଇଁ ପୋଷ୍ଟ କରାଯାଉଛି ।

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକଙ୍କ ଉପରେ Ransomware Attackର ବିପଦ ରହିଛି । ଆମେରିକାର ଏଫବିଆଇ ଏବଂ ସାଇବରସିକ୍ୟୁରିଟି ଆଣ୍ଡ ଇମ୍ଫ୍ରାଷ୍ଟ୍ରକ୍‌ଚର ସିକ୍ୟୁରିଟି ଏଜେନ୍ସି ଏନେଇ ୱାର୍ଣ୍ଣିଂ ଜାରି କରିଛି ।

ଏଥିରେ କୁହାଯାଇଛି ଯେ, ମେଡୁସା ନାମକ ଏକ Ransomware Attack ସଫ୍ଟୱେୟାର ଲୋକଙ୍କୁ ଟାର୍ଗେଟ କରିଛି । ଏହା ୨୦୨୧ରୁ ଏପରି ଆଟାକ କରିଆସୁଛି । ଏଥିରେ ଅନେକ ଲୋକେ ଫସିଯାଉଛନ୍ତି ।

ଅମେରିକା ଏଜେନ୍ସିମାନଙ୍କ ୱାର୍ଣ୍ଣିଂ ଅନୁଯାୟୀ, ଡାଟା ଚୋରୀ ପାଇଁ ମେଡୁସା ଅନେକ ଫିସିଙ୍ଗ କ୍ୟାମ୍ପେନର ବ୍ୟବହାର କରୁଛି । ଏହା ଏକ ଏପରି ସାଇଟ ଅପରେଟ କରେ, ଯେଉଁଥିରେ ଚୋରି ପରେ ଡାଟାକୁ ପୋଷ୍ଟ କରାଯାଇତାଏ । ଏଥିସହ କାଉନ୍ଟଡାଉନ ଆରମ୍ଭ ହୋଇଯାଏ ।

ଯଦି କୌଣସି ପ୍ରଭାବିତ ୟୁଜର କାଉଣ୍ଟଡାଉନ ଶେଷ ହେବା ପର୍ଯ୍ୟନ୍ତ ଟଙ୍କା ଦେଉନି ତେବେ ତାର ଡାଟାକୁ ଲିକ କରାଯାଉଛି । ୱାର୍ଣ୍ଣିଂରେ କୁହାଯାଇଛି ଯେ, ପ୍ରଭାବିତ ୟୁଜରଙ୍କୁ କାଉଣ୍ଟଡାଉନ ଗୋଟେ ଦିନ ବଢାଇବା ଲାଗି ୧୦ ହଜାର ଆମେରିକୀୟ ଡଲାରର ଦାବି କରାଯାଉଛି ।

ଫେବୃଆରୀଠାରୁ ନେଇ ଏପର୍ଯ୍ୟନ୍ତ ଏହା ମେଡିକାଲ, ଏଜୁକେସନ, ଲିଗାଲ, ଇନସ୍ୟୁରାନ୍ସ ଏବଂ ଟେକ୍ନୋଲୋଜୀ ଆଦି କ୍ଷେତ୍ରରେ କାମ କରୁଥିବା ୩୦୦ରୁ ଅଧିକ ଲୋକଙ୍କୁ ଶିକାର କରିସାରିଛି ।

ସତର୍କ କେମିତି ରହିବେ: Ransomware Attackରୁ ବଞ୍ଚିବା ଲାଗି ଅପରେଟିଂ ସିଷ୍ଟମ, ସଫ୍ଟୱେୟାର ଏବଂ ଫର୍ମୱେୟାରକୁ ଲଗାତାର ଅପଡେଟ କରିବାକୁ ପରାମର୍ଶ ଦିଆଯାଇଥାଏ । ଏଥିସହ ଇମେଲ ଭଳି ସମସ୍ତ ସର୍ଭିସ ପାଇଁ ମଲ୍ଟି-ଫ୍ୟାକ୍ଟର ଅଥରିଟିକେସନ ବ୍ୟବହାର କରିବାକୁ କୁହାଯାଇଥାଏ ।

ଏହି ଆକ୍ରମଣରୁ ଦୂରେଇ ରହିବା ଲାଗି ସର୍ବଦା ଲମ୍ବା ପାସୱାର୍ଡକୁ କିଛି ଦିନ ବ୍ୟବଧାନରେ ପରିବର୍ତ୍ତନ କରନ୍ତୁ । ଏଥିସହ ଡାଟା ବ୍ୟାକଅପ ରଖିବା ମଧ୍ୟ ଆବଶ୍ୟକ ।