ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ, ପାନୀୟ ଜଳ କାମରେ ବିଳମ୍ବ ହେଲେ FIR
ପାନୀୟ ଜଳ ସମସ୍ୟାକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତରାଜ ମନ୍ତ୍ରୀ ।
ଭୁବନେଶ୍ବର: ପାନୀୟ ଜଳ ଯୋଗାଣରେ ଅଵ୍ୟଵସ୍ଥା କଲେ ଠିକା କମ୍ପାନୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ବିଧାନସଭାରେ କହିଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ।
ପାନୀୟଜଳ ପ୍ରକଳ୍ପ କାମରେ ଠିକା କମ୍ପାନି ବିଳମ୍ବ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସଙ୍ଗେ ସଙ୍ଗେ ହେବ ଏଫଆଇଆର । ପ୍ରକଳ୍ପ ଧିମା ଗତିରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା ।
ଜଳ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଧିମା ହେବାର କାରଣ କହି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ । ଯେଉଁମାନେ ଚୁକ୍ତି ସ୍ଵାକ୍ଷର କରିଥିଲେ ନୂଆ ସରକାର ଆସିବା ପରେ ଏହାର ସମୟ ସୀମା ପଳେଇଥିଲା ସରକାର ଫାଇନ କରିଛନ୍ତି । ଏବେ ୭ ଦିନ ଭିତରେ କମ୍ପାନୀ ମୁଖ୍ୟଙ୍କୁ ଡକା ହୋଇଛି । ଯଦି ସେମାନେ ଠିକ୍ ସମୟରେ ନକରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ମାର୍ଚ୍ଚ ସୁଦ୍ଧା ୭୨ ପ୍ରକଳ୍ପ ହେବାର ଥିଲା କିନ୍ତୁ ୫୨ ପ୍ରକଳ୍ପ କାମ ସରିଛି । ଜୁନ୍ ସୁଦ୍ଧା ୭୨ ପ୍ରୋଜେକ୍ଟର କାମ ସରିବ । ସେହିପରି ୨୦୨୫ ସୁଦ୍ଧା ଆଉ ୪୦ ପ୍ରୋଜେକ୍ଟ ହେବ । ପାନୀୟ ଜଳ ଯୋଗାଣରେ ଅଵ୍ୟଵସ୍ଥା କଲେ ଠିକା କମ୍ପାନୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ ।