Breaking: ଗୃହରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ, ବିରୋଧ କଲା BJD

ଭୁବନେଶ୍ୱର: କାଲି ସନ୍ଧ୍ୟାରୁ ବିଧାନସଭାରେ ବଡ଼ ହଙ୍ଗାମା ପରେ ବିବୃତି ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବାଚସ୍ପତି କହିଲେ, ୭ ତାରିଖ ଦିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ କରାଗଲା ।

ହେଲେ ବିରୋଧୀ ଫ୍ଲାଗ କାର୍ଡ, ପୋଷ୍ଟର ଧରି ପ୍ରତିବାଦ କଲେ । ମାର୍ଚ୍ଚ ୨୦ରୁ କଳା ବ୍ୟାଚ୍, ପୋଷାକ ପିନ୍ଧି ପ୍ରତିବାଦ ଜାରି ରଖିଲେ । ହୁଇସିଲ ତୂରୀ, ଘଣ୍ଟ ବଜେଇ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କଲେ ।

୧୨ଟି କାର୍ଯ୍ୟ ଦିବସରୁ ୨ଟି କାର୍ଯ୍ୟ ଦିବସ ଚାଲିଲା । ୨୪ ତାରିଖ ସୁଦ୍ଧା ୩୯ ଘଣ୍ଟା ୨ ମିନିଟ ଗୃହ କାର୍ଯ୍ୟ ଚାଲିଛି । ସର୍ବଦଳୀୟ ବୈଠକ ସତ୍ତେ୍ୱ ବିଶୃଙ୍ଖଳା ଜାରି ରଖିଲେ ବିରୋଧୀ ।

ଉପବାଚସ୍ପତିଙ୍କ ରୁଲିଂ ପରେ ବି ସମାନ ସ୍ଥିତି ରହିଲା । କଂଗ୍ରେସ ସଦସ୍ୟ ମାର୍ଶାଲ ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କଲେ ।

ବାଚସ୍ପତିଙ୍କ ବିବୃତିକୁ ବିରୋଧ କରିଛି ବିଜେଡି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ ବାଚସ୍ପତିଙ୍କ ବିବୃତି ଏକ ପାଖିଆ ହେଉଛି ।