Kuruganti Apsara murder case: ହତ୍ୟାକାରୀ ପୁରୋହିତଙ୍କୁ ମିଳିଲା ଆଜୀବନ କାରାଦଣ୍ଡ, କୋର୍ଟଙ୍କ ବଡ଼ ଶୁଣାଣି

ହାଇଦ୍ରାବାଦରେ ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ପରୋହିତକୁ ମିଳିଲା ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ରଙ୍ଗାରେଡୀ ଜିଲ୍ଲା କୋର୍ଟ ବୁଧବାର ଦିନ ଜଣେ ପୁରୋହିତଙ୍କୁ ଜୁନ ୨୦୨୩ରେ ଜଣେ ଟିଭି ଅଭିନେତ୍ରୀଙ୍କ ହତ୍ୟା ପାଇଁ ଆଜୀବନ କାରାଦଣ୍ଡର ଦଣ୍ଡ ଶୁଣାଣି କରିଛନ୍ତି।

ଅପରାଧୀ ଇୟାଗରୀ ଭେଙ୍କଟ ସାଇ କୃଷ୍ଣା କୁରୁଙ୍ଗତୀ ଅପ୍ସରାର ହତ୍ୟା କରିଥିଲେ, ତାଙ୍କ ଶବକୁ ଏକ ବନ୍ଦ ମ୍ୟାନହୋଲରେ ଫିଙ୍ଗିଦେଇଥିଲେ ଏବଂ ପରେ ତାକୁ ନାଲି ମାଟି ଏବଂ ସିମେଣ୍ଟରେ ସିଲ୍ କରିଦେଇଥିଲେ।

କୋର୍ଟ ଦୋଷୀଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଥିଲେ, ଯେଉଁଥିରେ ତାଙ୍କୁ ପୀଡିତାଙ୍କ ପରିବାରକୁ ୯.୭୫ ଟଙ୍କା ଏବଂ କୋର୍ଟଙ୍କୁ ୨୫ ହଜାର ଟଙ୍କା ଦେବାର ନିର୍ଦ୍ଦେଶ ଦେଇଥିଲେ।

ତଦନ୍ତ ସମୟରେ ଜଣାପଡିଥିଲା ଯେ, ସାଇ କୃଷ୍ଣ ଅପ୍ସରାଙ୍କ ହତ୍ୟା ଏଥିପାଇଁ କରିଥିଲେ କାରଣ ସେ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ । ଜଣେ ତଦନ୍ତକାରୀ କହିଛନ୍ତି ଯେ, ପୁରୋହିତଙ୍କର ଆଗରୁ ଜଣେ ସ୍ତ୍ରୀ ଥିଲେ, ହେଲେ ସେ ପୀଡିତାଙ୍କୁ ବିବାହ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ।

ପୋଲିସ ମୁତାବକ, ଅପ୍ସରାଙ୍କ ମାଆ ସେହି ମନ୍ଦିରକୁ ଯାଉଥିଲେ, ଯେଉଁଠାରେ ଏହି ପୁରୋହିତ ପୂଜକ ଥିଲେ। ଏହି କାରଣ ପାଇଁ ସାଇ କୃଷ୍ଣାଙ୍କର ପୀଡିତାଙ୍କ ସହ ଚିହ୍ନାପରିଚିତ ହୋଇଥିଲା। ଦୁହେଁ ୨୦୨୩ର ଆରମ୍ଭରେ ସମ୍ବନ୍ଧରେ ଆସିଥିଲେ।

ହତ୍ୟା ଦିନ, ସାଇ କୃଷ୍ଣା ଅପ୍ସରାଙ୍କୁ ତାଙ୍କ ସାଙ୍ଗମାନଙ୍କ ପାଖେ ଛାଡିବାକୁ କହିବା କଥା କହି, ଅପ୍ସରାଙ୍କୁ ଏକା ନିଚ୍ଛାଟିଆ ସ୍ଥାନକୁ ନେଇଯାଇ ହତ୍ୟା କରିଥିଲେ।

ପୋଲିସ ମୁତାବକ, ସରୁରନଗରରେ ଘରକୁ ଫେରିବା ପରେ, ଅପରାଧୀ ଦୁଇ ଦିନ ପର୍ଯ୍ୟନ୍ତ କାରକୁ ନିଜ ପାର୍କିଙ୍ଗ ସ୍ଲଟରେ ଛାଡିଦେଇଥିଲେ ଏବଂ ଶବକୁ ବଟରେ ରଖିଥିଲେ।

ସେ ଦୁର୍ଗନ୍ଧକୁ ରୋକିବା ପାଇଁ ସବୁଦିନ ରୁମ ଫ୍ରେସନର ପକାଉଥିଲେ। ପରେ, ସେ ଶବକୁ ନିଜ ଘର ପାଖେ ଏକ ସରକାରୀ କାର୍ଯ୍ୟାଳୟ ପରିସରରେ ଏକ ସେପ୍ଟିକ ଟ୍ୟାଙ୍କରେ ଫୋପାଡି ଦେଇଥିଲେ।

ଏହାପରେ ସେ ପୋଲିସ ଷ୍ଟେସନ ଯାଇ ଅପ୍ସରାଙ୍କ ନିଖୋଜ ଥିବା କଥା ଜଣାଇଥିଲେ। ଏହାପରେ ପୋଲିସ ଯାଞ୍ଚ କରି ସମସ୍ତ ଘଟଣା ବିଷୟରେ ଜଣିବାକୁ ପାଇଥିଲା। ଏହାପରେ ଅପରାଧୀ ନିଜ ଦୋଷ ସ୍ୱୀକାର କରିଥିଲା।