ହନୁମାନ ଜନ୍ମୋତ୍ସବରେ ରାଶି ଅନୁଯାୟୀ ୧୦୮ ଥର ଜପ କରନ୍ତୁ ଏହି ମନ୍ତ୍ର, ସବୁ ମନସ୍କାମନା ହେବ ପୂର୍ଣ୍ଣ

ହନୁମାନଙ୍କ ଜୟନ୍ତିରେ ୧୨ ଏପ୍ରିଲ ୨୦୨୫ ପାଳନ କରାଯିବ, ଏହି ଦିନ ଦିନ ଯଦି ନିଜ ରାଶି ଅନୁଯାୟୀ ମନ୍ତ୍ର ଜପ କରନ୍ତି, ତେବେ ଆପଣଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ କରିବେ ବଜରଙ୍ଗବାଲୀ

ଓଡ଼ିଶା ଭାସ୍କର: ହନୁମାନଙ୍କ ଜୟନ୍ତି ଚୈତ୍ର ପୂର୍ଣ୍ଣିମା ଅର୍ଥାତ ୧୨ ଏପ୍ରିଲରେ ସାରା ଦେଶରେ ପାଳନ କରାଯିବ । ଏହି ଦିନ ହନୁମାନଙ୍କ ପୂଜା ସହ ଅନେକ ଉପାୟ ଲୋକେ କରିଥାଆନ୍ତି । ସେହିପରି ରାଶି ଅନୁଯାୟୀ ଯଦି ଆପଣ ହନୁମାନଙ୍କ ମନ୍ତ୍ର ଜପ ୧୦୮ ଥର କରନ୍ତି ତେବେ ଆପଣଙ୍କୁ ବଜରଙ୍ଗିବାଲିଙ୍କ କୃପା ପ୍ରାପ୍ତ ହେବ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ମେଷ: ଆପଣ ‘ଓଁ ହଂ ହନୁମତେ ନମଃ’ ମନ୍ତ୍ରର ଜପ କରନ୍ତୁ । ଏଥିରେ ଆପଣଙ୍କର ସାହାସ-ପରାକ୍ରମ ଏବଂ ଦୈବିକ ଶକ୍ତି ବୃଦ୍ଧି ହେବ ।

ବୃଷ: ଆପଣ ‘ଓଁ ଅଞ୍ଜନୀସୁତାୟ ନମଃ’ ଜପ କରନ୍ତୁ । ଏଥିରେ ଆପଣଙ୍କୁ ଜୀବନରେ ଉନ୍ନତି ଏବଂ ସ୍ଥିରତା ପ୍ରାପ୍ତ ହେବ ।

ମିଥୁନ: ଆପଣ ‘ଓଁ ଧର୍ମାନୁଜାୟ ନମଃ’ ମନ୍ତ୍ରର ଜପ କରନ୍ତୁ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଏଥିସହ ଧନ-ଧାନ୍ୟ ପ୍ରାପ୍ତ ହେବ ।

କର୍କଟ: ‘ଓଁ ବଜରଂଗାୟ ନମଃ’ ମନ୍ତ୍ର କର୍କଟ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ । ଏହାକୁ ଜପ କରିବା ଦ୍ୱାରା ଚିନ୍ତାରୁ ମିଳବ ଆଶ୍ୱସ୍ତି । ଏଥିସହ ଧନ ଧାନ୍ୟ ପ୍ରାପ୍ତ ହେବ ।

ସିଂହ: ଆପଣ ‘ଓଁ ମହାବଳାୟ ନମଃ’ ମନ୍ତ୍ର ଜପ କରନ୍ତୁ । ଏଥିରେ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ ଏବଂ ମାନସିକ ଶାନ୍ତି ମିଳିବ ।

କନ୍ୟା: ‘ଓଁ ହରୟୈ ନମଃ ମନ୍ତ୍ର’ ଜପ କରିବା କନ୍ୟା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ରହିବ । ଏହା ଦ୍ୱାରା ରୋଗ ବ୍ୟାଧି ଦୂର ହେବ ।

ତୁଳା: ଆପଣ ‘ଓଁ ମାରୁତାତ୍ମଜାୟ ନମଃ’ ମନ୍ତ୍ର ଜପ କରନ୍ତୁ । ଏହା ଦ୍ୱାରା ପାରିବାରିକ ଜୀବନ ଏବଂ କ୍ୟାରିୟର କ୍ଷେତ୍ରରେ ଉନ୍ନତି ମିଳିବ ।

ବିଛା: ଆପଣ ‘ଓଁ ସଙ୍କଟମୋଚନାୟ ନମଃ’ ମନ୍ତ୍ର ଜପ କରନ୍ତୁ ୧୦୮ ଥର । ଏହା କରିବା ଦ୍ୱାରା ଆପଣ ଜୀବନରେ ଥିବା ସଂକଟ ଦୂର ହେବ ।

ଧନୁ: ହନୁମାନ ଜୟନ୍ତିରେ ଆପଣ ‘ଓଁ ଶ୍ରୀରାମଦୂତାୟ ନମଃ’ ମନ୍ତ୍ର ଜପ କରନ୍ତୁ । ଏହି ମନ୍ତ୍ର ଆପଣଙ୍କୁ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରିବ ।

ମକର: ‘ଓଁ ବୀର ହନୁମତେ ନମଃ’ ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଅଟକିଯାଇଥିବା କାର୍ଯ୍ୟ ପୂରଣ ହେବ ।

କୁମ୍ଭ: ‘ଓଁ ଚିରଞ୍ଜିବୀନାୟ ନମଃ’ ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ୱରା ଆପଣଙ୍କୁ ମାନସିକ ଶାନ୍ତି ମିଳିବା ସହ ସୁଖ-ସମୃଦ୍ଧି ପ୍ରାପ୍ତ ହେବ ।

ମୀନ: ଆପଣ ହନୁମାନ ଜୟନ୍ତି ଦିନ ‘ଓଁ ଦ୍ରୌଣାଚଳଧରାୟ ନମଃ’ ମନ୍ତ୍ର ଜପ କରନ୍ତୁ । ଏହା ଆପଣଙ୍କୁ ଶାନ୍ତି ଦେବା ସହ ଧନଧାନ୍ୟ ପୂରଣ କରିବ ।