ଚଳିତ ବର୍ଷ ସୁନାର ମୂଲ୍ୟ ୧ ଲକ୍ଷ ହେବ ନା ୫୫ ହଜାର! ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ସୁନା ଦର ୧ ଲକ୍ଷ ପାରି କରିବା ନା ୫୫ ହଜାରକୁ ଆସିବ, ଜାଣନ୍ତୁ

ନୂଆଦିଲ୍ଲୀ: ଗତ କିଛି ମାସରେ ସୁନା ଦର ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଏହାର ସବୁଠୁ ମୁଖ୍ୟ କାରଣ, କ୍କୋବାଲ ଭୋଲାଟିଲିଟୀ ଏବଂ ଆମେରିକା-ଚୀନ ମଧ୍ୟରେ ଟ୍ରେଣ୍ଡ ବାର୍‌ର ଚିନ୍ତା।

ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାରା ଦୁନିଆରେ ରେସିପ୍ରୋକାଲ ଟାରିଫ ଲଗାଇବାର ଘୋଷଣା କରିତିଲେ, ସେତେବେଳେ ସୁନା ଦରରେ ଆହୁରି ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା।

ବର୍ତ୍ତମାନ ଟ୍ରମ୍ପ ଚୀନକୁ ଛାଡ଼ି ଅନ୍ୟ ଦେଶମାନଙ୍କରେ ଟାରିଫ ଲଗାଇବାର ନିଷ୍ପତ୍ତିକୁ ୯୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏହାପରେ ବି ସୁନାଦର କମିବାର ନାମ ନେଉନି।

ମିଡିଆ ରିପୋର୍ଟ ମୁତାବକ, ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ଛୁଇଁପାରେ। ଅନ୍ୟମାନଙ୍କ କହିବାନୁଯାୟୀ, ଏହାର ମୂଲ୍ୟରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ।

୧ ଲକ୍ଷ ଟଙ୍କା ହେବ କି ସୁନା ଦର: ସୁନାର ମୂଲ୍ୟ ଲଗାତାର ବଢିବା ପରେ ବର୍ତ୍ତମାନ ଏହି କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ, ସୁନା ୧ ଲକ୍ଷ ଟଙ୍କା ପାରି କରିବ।

ରିପୋର୍ଟ ମୁତାବକ, କେନ୍ଦ୍ରୀୟ ବ୍ୟାଙ୍କର ଭାରି କ୍ରୟ ଏବଂ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଏହି ଦର ବୃଦ୍ଧିର ବଡ଼ କାରଣ ସାଜିପାରେ। ତେବେ ସୁନା ଦର କମିବାର କୌଣସି କାରଣ ନଜର ଆସୁନାହିଁ।