କ୍ୟାଟ୍ରିନା କୈଫଙ୍କ ମହଙ୍ଗା ପିଙ୍କ ଗାଉନ: କିଣିବା ପାଇଁ ଏତିକି ଖର୍ଚ୍ଚ କରିଦେଲେ କୌଶଲ ପରିବାରର ବୋହୂ
କ୍ୟାଟ୍ରିନା କୈଫଙ୍କ ଏହି ଗାଉନ ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଜାଣନ୍ତୁ
ନୂଆଦିଲ୍ଲୀ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବଲିଉଡର ସବୁଠୁ କ୍ୟୁଟ୍ ଯୋଡି। ଏହି ଷ୍ଟାର କପଲ କରିସ୍ମା କୋହଲିଙ୍କ ବିବାହରେ ନଜର ଆସିଛନ୍ତି।
ବର୍ତ୍ତମାନ ଏହି କପଲଙ୍କର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। କ୍ୟାଟ୍ରିନା ଏହି ୱେଡିଂରେ ପିଙ୍କ କଲରର ଗାଉନ ପିନ୍ଧିଛନ୍ତି।
ଏଥିରେ ସେ ଖୁବ ସୁନ୍ଦର ଦେଖାଯାଉଛନ୍ତି। ଭିକି କୌଶଲ ବ୍ଲାକ ସୁଟ ପିନ୍ଧି ଏହି ୱେଡିଂରେ ପହଞ୍ଚିଛନ୍ତି।
କ୍ୟାଟ୍ରିନାଙ୍କ ଏହି Off-shoulder neckline ସହ ବଡ଼ ବଡ଼ ଫୁଲ ଲାଗିଛି, ଯାହାକି ଗାଉନର ସୁନ୍ଦରତାକୁ ଦ୍ୱିଗୁଣିତ କରୁଛି। ସେ ନିଜ ଲୁକ୍କୁ ଡାଇମଣ୍ଡ ଇୟରରିଙ୍ଗ ଏବଂ ବ୍ରେସଲେଟ ସହ କମ୍ପ୍ଲିଟ କରିଛନ୍ତି ଏବଂ ମେକଅପକୁ ମଧ୍ୟ ମିନିମଲ ରଖିଛନ୍ତି। ଅଭିନେତ୍ରୀଙ୍କ ମେକଅପ ଖୁବ ସଫ୍ଟ ଥିଲା।
କେତେ ଥିଲା କ୍ୟାଟ୍ରିନାଙ୍କ ଗାଉନର ମୂଲ୍ୟ: କୌଶଲ ପରିବାରର ବୋହୂ ଏହି ଡ୍ରେସ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି। ଅଭିନେତ୍ରୀ ଜଣକ ଗାଉନ ଡିଜାଇନର ଲେବଲ ଆଇରିସ ସର୍ବାନଙ୍କ କଲେକ୍ସନରୁ ଆସିଛି।
ଏହାର ମୂଲ୍ୟ ୪,୮୮୨ ଡଲାର ଅର୍ଥାତ ହାରାହାରି ୪.୦୭ ଲକ୍ଷ ଟଙ୍କା। କ୍ୟାଟ୍ରିନା ନିଜ ସାଙ୍ଗ ବିବାହରେ ୪ ଲକ୍ଷର ଗାଉନ ପିନ୍ଧିଥିଲେ, ଯାହା ତାଙ୍କ ଉପରେ ଖୁବ ମାନୁଥିଲା।
View this post on Instagram