BREAKING: ଜନ୍ମମାଟିରେ ପ୍ରଶାନ୍ତ, ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ

ପ୍ରଶାନ୍ତଙ୍କୁ ଗାଁରେ ବିରାଟ ଶୋଭାଯାତ୍ରା ସହ ଖୋଳ କୀର୍ତ୍ତନ ବଜାଇ ପ୍ରାର୍ଥୀବ ଶରୀରକୁ ଘରକୁ ନେଇଛନ୍ତି ଗାଁଲୋକ। ଶେଷ ବିଦାୟ ଦେବା ପାଇଁ ଗାଁରେ ରୁଣ୍ଡ ହୋଇଛନ୍ତି ହଜାର ହଜାର ଲୋକ।

ବାଲେଶ୍ୱର: ଜନ୍ମମାଟିରେ ପହଞ୍ଚିଛି ପହଲଗାମ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ପ୍ରଶାନ୍ତଙ୍କ ମରଶରୀର। ଭୁବନେଶ୍ୱରରୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ସଦର ବ୍ଲକ ଇଶାଣୀ ଗାଁରେ ପହଞ୍ଚିଛି ପ୍ରଶାନ୍ତଙ୍କ ପ୍ରାର୍ଥୀବ ଶରୀର ପହଞ୍ଚିଛି।

ପ୍ରଶାନ୍ତଙ୍କୁ ଗାଁରେ ବିରାଟ ଶୋଭାଯାତ୍ରା ସହ ଖୋଳ କୀର୍ତ୍ତନ ବଜାଇ ପ୍ରାର୍ଥୀବ ଶରୀରକୁ ଘରକୁ ନେଇଛନ୍ତି ଗାଁଲୋକ। ଶେଷ ବିଦାୟ ଦେବା ପାଇଁ ଗାଁରେ ରୁଣ୍ଡ ହୋଇଛନ୍ତି ହଜାର ହଜାର ଲୋକ।

ପରିବାରରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି। ଗାଁରେ ଶୋକର ଲହରି ଖେଳିଯାଇଛି। ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରଶାନ୍ତଙ୍କ ଘରକୁ ଯାଇ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଶେଷ ଦର୍ଶନ ପରେ ଆଜି ହେବ ପ୍ରଶନ୍ତଙ୍କ ଶେଷକୃତ୍ୟ।

ଗତକାଲି ରାତିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚଥିଲା ପ୍ରଶାନ୍ତଙ୍କ ମରଶରୀର। ବିମାନବନ୍ଦରରେ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ଉପସ୍ଥିତ ଥିଲେ।

ପ୍ରଶାନ୍ତଙ୍କ ମୃତଦେହ ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହା ସହ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ନେତାମାନେ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଥିଲେ।