ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଅସୁବିଧାରେ ପଡ଼ିଲେ ପାକିସ୍ତାନ ଆକ୍ଟର ଫୱଦ ଖାନ୍ । ଫୱଦ ଏବଂ ବାଣୀ କପୁରଙ୍କ ଫିଲ୍ମ ‘ଅବିର ଗୁଲାଲ’ର ରିଲିଜ୍ ଉପରେ ସରକାର ଲଗେଇଲେ ରୋକ୍ ।
ଫିଲ୍ମ ଉପରେ ରୋକ୍ ଲଗାଇବା ପାଇଁ ଭାରତୀୟ ଦାବି କରୁଥିବାବେଳେ ଏ ନେଇ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଫିଲ୍ମଟି ଆଉ ଭାରତରେ ରିଲିଜ ହେବ ନାହିଁ ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳ ପକ୍ଷରୁ କୁହାଯାଇଛି, ଫୱଦ ଖାନ ଅଭିନୀତ ଫିଲ୍ମ ‘ଅବିର ଗୁଲାଲ୍’ ଭାରତେର ରିଲିଜ କରିବାକୁ ଦିଆଯିବ ନାହିଁ ।
ଭାରତରେ ଫିଲ୍ମ ରିଲିଜ ନ ହେବା କାରଣରୁ ଫିଲ୍ମକୁ ବଡ଼ ଘାଟା ହେବା ନେଇ ଆଶଙ୍କା ରହିଛି ।