fbpx

କଟକ ସହରରେ ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ, ୨୭ା୭(ଓଡ଼ିଶା ଭାସ୍କର): ଗତ ୨୪ ଘଣ୍ଟା ଭିତରେ କଟକ ସହରରେ ଆଜି ଆଉ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୯ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ୬୫ଜଣଙ୍କ ମଧ୍ୟରୁ ନିଶ୍ଚିନ୍ତ କୋଇଲିରୁ ୨୪, ବାଙ୍କୀରୁ ୧୪, ଡ଼ମପଡ଼ାରୁ ୧୨, ବାରଙ୍ଗରୁ ୨, ତିଗିରିଆରୁ ୫, ମାହାଙ୍ଗାରୁ ୩, ସଦର ବ୍ଲକରୁ୨ ନରସିଂହ, ନିଆଳି ଓ ଟାଙ୍ଗୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୭୩୬ଜଣ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୩୦୪ଜଣ ସୁସ୍ଥ ହୋଇଛନ୍ତି ଓ ୯ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୪୨୩ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.