ଭୁବନେଶ୍ୱର: ବିଦେଶରେ କରୋନା ସଂକ୍ରମଣ ନେଇ ରାଜ୍ୟ ସରକାର ଆଲର୍ଟ ଅଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଇଛନ୍ତି ପ୍ରତିକ୍ରିୟା ।
ଥାଇଲାଣ୍ଡ, ହଂକଂ, ସିଙ୍ଗାପୁରରେ କରୋନା ସଂକ୍ରମୀତଙ୍କ ସଂଖ୍ୟା ବଢ଼ିଛି । ସର୍ବାଧିକ ସଂକ୍ରମଣ ମାମଲା ହଂକଂରୁ ଆସିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଂନ ସହ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ଏ ସମ୍ପର୍କରେ ହୋଇସାରିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ଆସିନାହିଁ ।
କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଯୋଗାଯୋଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରହିଛି । ସବୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ କଲେଜରେ ଟେଷ୍ଟିଂ ଚାଲିଛି ।