ମାଣ୍ଡିଆ ପରେ ଏବେ ପାଳୁଅ, ଜଳଖିଆରେ ସାମିଲ ହେବ ‘ପାଳୁଅ ଲଡ଼ୁ’

ଭୁବନେଶ୍ୱର: ଜଳଖିଆରେ ପାଳୁଅ ଲଡ଼ୁକୁ ସାମିଲ କରିବାକୁ ନିବେଦନ । ସରକରୀ ବୈଠକରେ ପାଳୁଅ ଲଢ଼ୁ ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଜାରି ।

ସମସ୍ତ ଅଦିକାରୀଙ୍କୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇ ପ୍ରଶାସନିକ ସ୍ତରରେ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ।

ପାଳୁଅ ଲଡ଼ୁକୁ ଜିଆଇ ମାନ୍ୟତା ପ୍ରଦାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଉଛି ।

ଏହାପୂର୍ବରୁ ରାଜ୍ୟ ସରକାର ସ୍କୁଲ ପିଲାଙ୍କୁ ମାଣ୍ଡିଆ ଲଡ଼ୁ ଦେବାକୁ ଘୋଷଣା କରିଛନ୍ତି । ପିଲାମାନଙ୍କୁ ମାଣ୍ଡିଆ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ରାଜ୍ୟରେ ମାଣ୍ଡିଆର ଉତ୍ପାଦନ ବୃଦ୍ଧି ଓ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ଲାଗି ସରକାରଙ୍କ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ଗ୍ରହଣ କରାଯାଇଛି ।