ଇତିହାସରେ ପ୍ରଥମ; ସ୍ଵର୍ଣ୍ଣ ମନ୍ଦିରରେ ମୁତୟନ ହେବ Air Defence System

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ନିଆଗଲା ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପ୍ରଥମଥର ପାଇଁ ସ୍ବର୍ଣ୍ଣ ମନ୍ଦିରରେ ମୁତୟନ କରାଯିବ ବାୟୁ ପ୍ରତିରକ୍ଷା ବନ୍ଧୁକ । ପାକିସ୍ତାନର ଏହି ଘୃଣ୍ୟ କାର୍ଯ୍ୟ ପରେ ନିଆଗଲା ଏହି ନିଷ୍ପତ୍ତି ।

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ନିଆଗଲା ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି । ପ୍ରଥମଥର ପାଇଁ ସ୍ବର୍ଣ୍ଣ ମନ୍ଦିରରେ ବାୟୁ ପ୍ରତିରକ୍ଷା ବନ୍ଧୁକ ମୁତୟନ କରାଯିବ ।

“ଅପରେସନ ସିନ୍ଦୂର”ସମୟରେ ଅମୃତସରର ସ୍ବର୍ଣ୍ଣ ମନ୍ଦିରକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା । ଏହାପରେ, ସ୍ୱର୍ଣ୍ଣ ମନ୍ଦିରର ମୁଖ୍ୟ ଗ୍ରନ୍ଥୀ ପ୍ରଥମ ଥର ପାଇଁ ମନ୍ଦିର ପରିସରରେ ଅସ୍ତ୍ରଶସ୍ତ୍ର ମୁତୟନ କରିବାକୁ ସେନାକୁ ଅନୁମତି ଦେଇଛନ୍ତି।

ନିକଟରେ ଏହା ପ୍ରକାଶ ପାଇଛି ଯେ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଧ୍ୟମରେ ପାକିସ୍ତାନ ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗୁଁ ପାକିସ୍ତାନର ପ୍ରତ୍ୟେକ ପ୍ରୟାସ ବିଫଳ ହୋଇଥିଲା। ଏବେ ସ୍ୱର୍ଣ୍ଣ ମନ୍ଦିରର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ଭାରତୀୟ ସେନାର ପ୍ରତିରକ୍ଷା କମାଣ୍ଡର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ସୁମେର ଇଭାନ ଡି’କୁନ୍ହା ଏକ ସାକ୍ଷାତକାରରେ ଏନେଇ ସୂଚନା ଦେଇଛନ୍ତି।

ଭାରତରେ ଧାର୍ମିକ ସ୍ଥଳଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ​​ପାକିସ୍ତାନ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପ୍ରତିଶୋଧ ନେଇଥିଲା ଭାରତ । ଏହା ପିଓକେ ଏବଂ ପାକିସ୍ତାନରେ ଅବସ୍ଥିତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଭାରତର ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଭୟଭୀତ ହୋଇଯାଇଥିଲା । ଫଳରେ ତାର ସେନା ଭାରତର ଅନେକ ସହର ଉପରେ ଡ୍ରୋନ୍ ଆକ୍ରମଣ କରିବାକୁ ଚେଷ୍ଟା କଲା । କିନ୍ତୁ ଭାରତର ଦୃଢ଼ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ପ୍ରତ୍ୟେକ ପ୍ରୟାସକୁ ବିଫଳ କଲା।

ପାକିସ୍ତାନ ଭାରତର ଧାର୍ମିକ ସ୍ଥଳଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ଏହା ସହିତ, ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ ପାକିସ୍ତାନ ।