ଭୁବନେଶ୍ୱର: ଧିରେ ଧିରେ ଲବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରେମିକା ସୋଲୋମୀଙ୍କ ଆତ୍ମହତ୍ୟା ପରେ ଲବଙ୍କ ଭେଟ ମିଳୁନାହିଁ ।
ନେପାଳରେ ସୋଲୋମୀଙ୍କ ଘର ଲୋକଙ୍କ ଉପରେ ନଜର କରୁଛନ୍ତି ଲବଙ୍କ ସହଯୋଗୀ । ସୋଲୋମୀଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକ ଲବଙ୍କୁ ହାୟୀ କରିଥିବାବେଳେ ଥାନାରେ ମାମଲା ମଧ୍ୟ ଦାଏର କରାଯାଇଛି ।
ଏଭିତରେ ଲବଙ୍କର କୌଣସି ପ୍ରତିକ୍ରିୟା କିମ୍ବା କୌଣସି ସ୍ପଷ୍ଟୋକ୍ତି ଦେଇ ନାହାନ୍ତି । ହେଲେ ଲବ ଏ ଘଟଣା ନେଇ ଷଡଯନ୍ତ୍ର କରୁଥିବା କୁହାଯାଉଛି ।
ନେପାଳର ୨ ଆଦିବାସୀ ଯୁବକଙ୍କୁ ଲବ ସୋଲୋମୀଙ୍କ ଅଜା ଘରକୁ ପଠାଇଛନ୍ତି । ୨ ଯୁବକ ସୋଲୋମୀଙ୍କ ସମ୍ପତ୍ତି ସମ୍ପର୍କରେ ପଚାରି ବୁଝୁଥିବା ଜଣାପଡ଼ିଛି ।
ଏ ନେଇ ସୋଲୋମୀଙ୍କ ଭଉଣୀ ଲବଙ୍କ ବିରୋଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି ।
ପ୍ରସାରିତ ଖରବ ମୁତାବକ; ସୋଲୋମୀଙ୍କ ମୃତ୍ୟୁ ପଛରେ ଲବ ନିଜର ସମ୍ପୃକ୍ତି ନ ଥିବା କହିବାକୁ ଯାଇ ଏଭଳି କାଣ୍ଡ କରୁଥିବା କୁହାଯାଉଛି । ହେଲେ ପ୍ରେମିକାର ମୃତ୍ୟୁ ପରେ ଥରେ ବି ଲବ ପ୍ରତିକ୍ରିୟା ରଖି ନାହାନ୍ତି ।
ଏ ଘଟଣା ପରେ ଲବ ସନ୍ଦେହ ଘେରକୁ ଆସିଯାଇଛନ୍ତି ।