ଚଳିତ ବର୍ଷରୁ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ, ଦଶହରା ର୍ପୂବରୁ ସରିବ କଲେଜ ଇଲେକ୍ସନ

ଭୁବନେଶ୍ୱର: ନୂଆ ସରକାର ଆସିବା ପରେ କଲେଜ ନିର୍ବାଚନ ପୁଣି ଆରମ୍ଭ ହେବାକୁ ଯାଉଛି । କିଛି ବର୍ଷ ଧରି କଲେଜ ଇଲେକ୍ସନ ବନ୍ଦ ଥିବାବେଳେ ଚଳିତ ବର୍ଷ ହେବାକୁ ଯାଉଛି କଲେଜ ଇଲେକ୍ସନ ।

ଛାତ୍ରସଂଘ ନିର୍ବାଚନ ଗତ ୬ ବର୍ଷରୁ ଅଧିକ ଦିନ ଧରି ବନ୍ଦ ଥିଲା । ପୂର୍ବରୁ ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କଲେଜ ନିର୍ବାଚନ ନେଇ ଘୋଷଣା କରିଥିଲେ । ଚଳିତ ବର୍ଷ ଦଶହରା ପୂର୍ବରୁ କଲେଜ ଇଲେକ୍ସନ ଶେଷ ହେବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

୯୮ ହଜାରରୁ ଅଧିକ ଛାତ୍ରଛାତ୍ରୀ +୩ ପାଠ ନାମଲେଖା ପାଇର୍ ଆବେଦନ କରିଛନ୍ତି । +୩ର ପାଠପଢ଼ା ଆରମ୍ଭ ହେବା ପରେ ଯାଇ କଲେଜ ନିର୍ବାଚନ କରାଯିବ ।