OSSC ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା ଗୃହୀତ, IAS ସୁଧାକର ବୁର୍ଗୀଙ୍କୁ ଦିଆଗଲା ଦାୟିତ୍ବ
ଓଏସଏସସି ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ସୁଧାକର ବୁର୍ଗୀ ।
ଭୁବନେଶ୍ବର: ଓଏସଏସସିର ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ସୁଧାକର ବୁର୍ଗୀ ।
ଅଭୟଙ୍କ ସ୍ଥାନରେ ସୁଧାକର ବୁର୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି । ନିକଟରେ OSSCର ସଦସ୍ୟ ହୋଇଥିଲେ ସୁଧାକର । OSSC ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା ଗୃହୀତ ହୋଇଛି ।
ପ୍ରକାଶଥାଉକି, ପୂର୍ବତନ ଡିଜିପି ଅଭୟଙ୍କୁ 2022 ମସିହାରେ ରାଜ୍ୟ ସରକାର OSSC ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ନିଯୁକ୍ତିର ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ଯାଏଁ ଦାୟିତ୍ବରେ ରହିପାରିବେ ବୋଲି କୁହାଯାଇଥିଲା ।
ବର୍ତ୍ତମାନ ଅଭୟ ଇସ୍ତଫା ଦେଇଥିବା ବେଳେ ଏହାକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ଏବଂ ସୁଧାକର ବୁର୍ଗୀଙ୍କୁ ତାଙ୍କର ଦାୟିତ୍ବ ଦିଆଯାଇଛି ।