ଜୁନ୍ ୩ ରେ କୋଟିଆ କମିଟିର ପ୍ରଥମ ବୈଠକ, ନିଯୁକ୍ତ ହେବେ ସ୍ବତନ୍ତ୍ର ଅଧିକାରୀ
ଜୁନ୍ 3 ତାରିଖରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି ସୂଚନା ।
ଭୁବନେଶ୍ବର: ଜୁନ୍ 3 ତାରିଖରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ।
‘କୋଟିଆ ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ହେବେ । କୋଟିଆ ପାଇଁ ଦୀର୍ଘ ଓ ସ୍ବଳ୍ପ ମିଆଦି ଯୋଜନା ମଧ୍ୟ କରାଯିବ । ଏନେଇ ସୁପ୍ରିମକୋର୍ଟରେ ମାମଲାର ପୁନଃବିଚାର ପାଇଁ ଆବେଦନ ହୋଇଛି । କୋଟିଆ ଲୋକେ ଓଡ଼ିଶା ସହିତ ଥିଲେ ଓ ରହିବେ’ବୋଲି କହିଛନ୍ତି ସୁରେଶ ପୂଜାରୀ ।
କୋଟିଆ ବିବାଦ ପ୍ରସଙ୍ଗକୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷ ଥିବାବେଳେ ମୋଟ ୧୬ ଜଣ କମିଟିରେ ରହିଛନ୍ତି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କମିଟିର ଆବାହକ ତଥା ସଦସ୍ୟ ଥିବାବେଳେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଏସ୍ସି, ଏସ୍ଟି ବିଭାଗର ପ୍ରମୁଖ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ, ଶ୍ରମ ବିଭାଗ ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଓଡ଼ିଶା ଭାଷା, ସଂସ୍କୃତି ବିଭାଗର ପ୍ରମୁଖ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଆର୍ଡିସି ବ୍ରହ୍ମପୁର, ଦକ୍ଷିଣାଞ୍ଜଳ ଡିଆଇଜି, କୋରାପୁଟ ଜିଲାପାଳ ଏବଂ ଏସ୍ପିଙ୍କୁ ଏହି କମିଟିର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଏକ କମିଟି ଗଠନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେହି କ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗୁରୁବାର ଏହି କମିଟି ଘୋଷଣା କରାଯାଇଛି।