ନିର୍ଦ୍ଦୋଷ! ତଥାପି 43 ବର୍ଷ କଟିଲା ଜେଲରେ, 104ବର୍ଷ ବୟସରେ ପାଇଲେ ମୁକ୍ତିର ଆନନ୍ଦ

ବିନା ଦୋଷରେ 43 ବର୍ଷ ଜେଲରେ କାଟିବା ପରେ ଶେଷରେ ହେଲା ଜିତ

ଓଡିଶା ଭାସ୍କର: ଦୀର୍ଘ 43 ବର୍ଷ ଜେଲରେ କାଟିବା ପରେ ଶେଷରେ 104ବର୍ଷର ଲଖନ ସରୋଜଙ୍କୁ 20 ମେ 2025ରେ ମୁକ୍ତ କରାଗଲା। ଜଣେ ଦୋଷୀ ଭାବରେ ନୁହେଁ ବରଂ ଜଣେ ମୁକ୍ତ ଏବଂ ନିର୍ଦ୍ଦୋଷ ବ୍ୟକ୍ତି ଭାବରେ। ଜୀବନର ଅଧିକାଂଶ ସମୟ ବିନା ଦୋଷରେ ସେ ଜେଲରେ ଅତିବାହିତ କଲେ।

ଲଖନ ସରୋଜ କିଏ; ଉତ୍ତରପ୍ରଦେଶର କୌଶାମ୍ବୀ ଜିଲ୍ଲାର ଗୌରାଇ ଗାଁରେ ରହୁଥିବା ଜଣେ ବ୍ୟକ୍ତି ଯାହାଙ୍କୁ ବିନା ଦୋଷରେ 43 ବର୍ଷ ଜେଲରେ କାଟିବାକୁ ପଡିଥିଲା।

ଦୋଷ କଣ ଥିଲା; 1977 ମସିହାରେ ଏକ ଗୋଷ୍ଠୀ ସଂଘର୍ଷରେ ସରୋଜ ପ୍ରଭୁ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଉଦ୍ୟମ ଅଭିଯୋଗରେ ଲଖନଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ତାଙ୍କୁ ମାତ୍ର 56 ବର୍ଷ ବୟସ ହୋଇଥିଲା। 1982 ମସିହାରେ, ପ୍ରୟାଗରାଜର ଏକ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ତା ପରେ ସେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ସେହି ଆବେଦନ ଉପରେ ବିଚାର ଦୀର୍ଘ 43 ବର୍ଷ ପର୍ଯ୍ୟନ୍ତ ଚାଲିଲା। ଶେଷରେ ତାଙ୍କର ଜିତ ହେଲା। ସମ୍ମାନଜନକ ଭାବରେ ସେ ଆହ୍ଲାବାଦ ହାଇକୋର୍ଟରୁ ମୁକ୍ତ ହେଲେ। ଯେଉଁ ସମୟରେ ସେ ନିଜ ଝିଅ, ନାତି ନାତୁଣୀଙ୍କ ସହ ସମୟ ବିତାଇବାର ଥିଲା ସେହି ସମୟରେ ସେ ଜେଲର 4କାନ୍ଥ ଭିତରେ ରହିଲେ। ସବୁ ଆଶା, ସ୍ୱପ୍ନ ତାଙ୍କର ଧୂଳିସାତ ହୋଇଗଲା।

ଲଖନଙ୍କୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ତାଙ୍କର 5ଝିଅ ଆଇନ ସହିତ ବହୁତ ସମୟ ପର୍ଯ୍ୟନ୍ତ ଲଢେଇ କରିଥିଲେ। ଅନେକ ଦିନର ଅପେକ୍ଷା ପରେ ରାୟ ତାଙ୍କ ସପକ୍ଷରେ ଆସିଥିଲା।