‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’…ମୋଦୀ

ମନ୍ କି ବାତ୍’କାର୍ଯ୍ୟକ୍ରମର 122 ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ନୂଆଦିଲ୍ଲୀ: ‘ମନ୍ କି ବାତ୍’କାର୍ଯ୍ୟକ୍ରମର 122 ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଏହି ସମ୍ବୋଧନରେ ‘ଅପରେସନ ସିନ୍ଦୂର’ରେ ବଦଳୁଥିବା ଭାରତ ଚିତ୍ରକୁ ଉପସ୍ଥାପନା କରିଛନ୍ତି । ସେ ତାଙ୍କ ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି କି, ଆଜି ସାରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍ ହୋଇଛନ୍ତି ।

ସେ ଆହୁରି ମଧ୍ୟ କହଛନ୍ତି ଯେ, “ଅପରେସନ ସିନ୍ଦୂର ସାହାସ ଓ ସଂକଳ୍ପର ପ୍ରତୀକ । ଦେଶ ଆଜି ଆତଙ୍କବାଦ ବିରୋଧରେ ଏକାଠି ହୋଇଛି । ଆତଙ୍କବାଦ ଶେଷ କରିବା ହେଉଛି ଭାରତର ସଂକଳ୍ପ । ଅପରେସନ ସିନ୍ଦୂରରେ ସେନାର ପରାକ୍ରମକୁ ନେଇ ଦେଶ ଆଜି ଗର୍ବ ଅନୁଭବ କରୁଛି । ଅପରେସନ ବେଳେ ଆତଙ୍କବାଦୀଙ୍କ ଆଡ୍ଡାକୁ ସେନା ଧ୍ବଂସ କରିଛି । ତେବେ ଆମକୁ ଆତଙ୍କବାଦକୁ ଶେଷ କରିବାକୁ ପଡ଼ିବ ।“ ବୋଲି ମୋଦୀ ‘ମନ୍ କି ବାତ୍’ ରେ ଦେଶବାସୀଙ୍କୁ କହିଛନ୍ତି ।

ସେପଟେ ଅପରେସନ୍ ସିନ୍ଦୂର ଓ ଅସ୍ତ୍ରବିରତି ପରେ ଦେଶରେ ବିଜେପି ଦ୍ୱାରା ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ଯେଭଳି ଗାଁରୁ ସହର ପର୍ଯ୍ୟନ୍ତ ଲୋକ ସାମିଲ ହେଲେ ସେନେଇ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।