ଟିମ୍ ଇଣ୍ଡିଆର ଅଧିନାୟକ ହେବା ପରେ, ନିଜର ପ୍ରଥମ ପ୍ରତିକ୍ରିୟାରେ ମନ ଜିଣିନେଲେ ଶୁଭମନ ଗିଲ୍

ଭାଇରାଲ ହେଉଛି ଶୁଭମନ ଗିଲଙ୍କ ପ୍ରଥମ ପ୍ରତିକ୍ରିୟା।

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଜୁନ୍ ୨୦୨୫ ରେ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଶୁଭମନ ଗିଲଙ୍କୁ ଟିମ୍ ଇଣ୍ଡିଆର ନୂତନ ଟେଷ୍ଟ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି।

ଏହି ବହୁ ପ୍ରତୀକ୍ଷିତ ଗସ୍ତ ପାଇଁ ବିସିସିଆଇ ଶନିବାର, ମେ ୨୪ ରେ ଭାରତୀୟ ଦଳ ଘୋଷଣା କରିଛି। ଏହି ସିରିଜର ବିଶେଷ କଥା ହେଉଛି ଯେ ପ୍ରାୟ ଏକ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିରାଟ କୋହଲି, ରୋହିତ ଶର୍ମା ଏବଂ ଆର.ଅଶ୍ୱିନଙ୍କ ପରି କିମ୍ବଦନ୍ତୀମାନେ ଟେଷ୍ଟ ଦଳରେ ସାମିଲ ହେବେ ନାହିଁ।

ଏହି ତିନି ଖେଳାଳି ସମ୍ପ୍ରତି ଟେଷ୍ଟ ଫର୍ମାଟରୁ ଅବସର ନେଇସାରିଛନ୍ତି। ଏପରି ପରିସ୍ଥିତିରେ, ଯୁବ ଖେଳାଳିମାନଙ୍କ ପାଖରେ ନିଜକୁ ପ୍ରମାଣିତ କରିବାର ସୁବର୍ଣ୍ଣ ସୁଯୋଗ ରହିବ।

ଗିଲଙ୍କ ପ୍ରଥମ ବୟାନ: ନବନିଯୁକ୍ତ ଟେଷ୍ଟ ଅଧିନାୟକ ଶୁଭମନ ଗିଲ ବିସିସିଆଇ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି, “ପ୍ରତ୍ୟେକ କ୍ରିକେଟର ଦେଶ ପାଇଁ ଦୀର୍ଘ ସମୟ ଧରି ଖେଳିବାର ସ୍ୱପ୍ନ ଦେଖନ୍ତି, ଏବଂ ମୁଁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବାର ସୁଯୋଗ ପାଇଛି। ଏହା ମୋ ପାଇଁ ଏକ ବଡ଼ ସମ୍ମାନ”।

“ଏହି ପଦବୀ ସହିତ ଏକ ବଡ଼ ଦାୟିତ୍ୱ ଆସିଛି, ଯାହାକୁ ମୁଁ ପୂର୍ଣ୍ଣ ସମର୍ପଣ ସହିତ ପୂରଣ କରିବାକୁ ଚାହେଁ।” ଯଦି ଦେଖିବା ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ, ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରୁଛି ଏବଂ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ତଥାପି, ଟେଷ୍ଟ ଫର୍ମାଟରେ ଅଧିନାୟକତ୍ୱ କରିବା ଏକ ସମ୍ପୂର୍ଣ୍ଣ ଭିନ୍ନ ଚ୍ୟାଲେଞ୍ଜ।

 

ଗିଲଙ୍କ ଟେଷ୍ଟ କ୍ୟାରିଅର: ଗିଲ୍ ନିଜର ଟେଷ୍ଟ କ୍ୟାରିୟର ବା ଡେବ୍ୟୁ କରିଥିଲେ ୨୬ ଡିସେମ୍ୱର ୨୦୨୦ରେ। ସେ ଏବେ ସୁଦ୍ଧା ୩୨ଟି ଟେଷ୍ଟ ମ୍ୟାଚ୍ ଖେଳି ୧୮୯୩ ରନ କରିପାରିଛନ୍ତି। ଯାହାକି ହାରାହାରି ୩୫.୦୫ ପ୍ରତିଶତ।

ଗିଲ୍ ତାଙ୍କ ଟେଷ୍ଟ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ କଷ୍ଟକର ପରିସ୍ଥିତିରୁ ଉଦ୍ଧାର କରିଛନ୍ତି, ଏବଂ ଏବେ ଅଧିନାୟକ ଭାବରେ ମଧ୍ୟ ତାଙ୍କଠାରୁ ବଡ଼ ଆଶା ରହିଛି।

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ: ମେ’ ୨୪ ତାରିଖ ଦିନ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି। ଏଥିରେ ମୋଟ ୧୮ ଜଣ ଖେଳାଳୀଙ୍କୁ ସ୍ଥାନ ମିଳିଛି। ସେମାନଙ୍କ ମଧ୍ୟରୁ ପ୍ରାୟ କ୍ରିକେଟର ଯୁବକ।

ଯଦି ଦେଖିବା କ୍ୟାପଟେନ ଶୁଭମନ ଗିଲ୍, ଉପ କ୍ୟାପଟେନ ରିଷଭ ପନ୍ତ, ଯଶସ୍ୱା ଜୟସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଅଭିମାନୁ ଏସରୱାନ, କରୁଣ ନାୟାର, ନୀତୀଶ କୁମାର ରେଡ୍ଡୀ, ଅଲରାଉଣ୍ଡର: ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ୱିକେଟ୍ ରକ୍ଷକ: ମହମ୍ମଦ ସିରାଜ, ପ୍ରସାଦ କୃଷ୍ଣ, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିଛି।