“ଧଳା ରଙ୍ଗ” ଥିଲା କି ରାଜା ରଘୁବଂଶୀ ହତ୍ୟାକାଣ୍ଡରେ Code Word? ହତ୍ୟା ପୂର୍ବରୁ ଭିଡିଓରେ କଏଦ ହୋଇଥିଲା ଏହି ଖାସ ଜିନିଷ

ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡ ପୂର୍ବର ଭିଡିଓ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ମେଘାଳୟରେ ଇନ୍ଦୋରର ରାଜା ରଘୁବଂଶୀଙ୍କୁ ହତ୍ୟା କରାଯିବା ମାମଲା ୨୫ ଦିନ ବିତିଗଲାଣି। ରାଜାଙ୍କ ହତ୍ୟା ଅଭିଯୋଗରେ ସ୍ତ୍ରୀ ସମେତ ପାଞ୍ଚଜଣ ଅଭିଯୁକ୍ତ ପୋଲିସ ରିମାଣ୍ଡରେ ଅଛନ୍ତି।

ସେ ନିଜ ଦୋଷକୁ ସ୍ୱୀକାର କରିଛନ୍ତି। ଏହାରି ମଧ୍ୟରେ ଦେବ ସିଂହ ନାମକ ଜଣେ ୟୁଟ୍ୟୁବର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ହତ୍ୟା ପୂର୍ବରୁ ରାଜା ଏବଂ ସୋନମ ଟ୍ରାକରେ ଚଢୁଥିବା ଦେଖିବାକୁ ମିଳିଛି।

ବର୍ତ୍ତମାନ ୟୁଟ୍ୟୁବର ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ରାଜାଙ୍କ ହତ୍ୟା କରିଥିବା ତିନିଜଣ ଅଭିଯୁକ୍ତ ମଧ୍ୟ କ୍ୟାମେରାରେ କଏଦ ହୋଇଛନ୍ତି।

ପ୍ରଥମ ଭିଡିଓରେ ରାଜା ସୋନମ ଦେକିବାକୁ ମିଳିଛି। ହେଲେ ଦେବଙ୍କ କହିବା ମୁତାବକ ତିନିଜଣ ଅଭିଯୁକ୍ତ ତାଙ୍କ ଆଗରେ ଚାଲୁଥିଲେ, ୨୩ ମେ’ ରେ ଏହି ଭିଡିଓ ସୁଟିଂ ହୋଇଥିଲା।

 

View this post on Instagram

 

A post shared by Dev (@m_devsingh)

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସମସ୍ତ ଅଭିଯୁକ୍ତ ଧଳା ରଙ୍ଗର ଡ୍ରେସ ପିନ୍ଧିଛନ୍ତି। ଏଥିପାଇଁ ସବୁ ୟୁଜର୍ସ କହିଛନ୍ତି ଯେ, ଧଳା ରଙ୍ଗ। ଜଣେ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ, କଣ ଧଳା ରଙ୍ଗ ହତ୍ୟାକାଣ୍ଡର କୌଣସି କୋଡ ୱାର୍ଡ ଥିଲା।

 

View this post on Instagram

 

A post shared by Dev (@m_devsingh)