କେନ୍ଦୁଝର: ପୁଣି ଏକ ଦୁଷ୍କର୍ମ ହତ୍ୟା ମାମଲା ସାମ୍ନାକୁ ଆସିଛି। ପଣ୍ଡାପଡ଼ା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ ପାଇଛି।
ସୂଚନାନୁଯାୟୀ, ଗଛରୁ ଝୁଲନ୍ତା ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ବ୍ୟାପାରକୁ ନେଇ ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ହତ୍ୟାରେ ୨ରୁ ୩ଜଣ ଯୁବକ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରୁ ଅଭିଯୁକ୍ତ ଡ୍ରେସ୍ ଜବତ କରିଛି ପୋଲିସ।
ଗତକାଲି ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ବେଳାଭୂମିରେ ବୁଲିବାକୁ ଯାଇଥିବା ବେଳେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା।
ପୁରୁଷ ବନ୍ଧୁଙ୍କ ସହ ଏହି ଯୁବତୀ ବୁଲିବାକୁ ଯାଇଥିଲେ। ସେଠାରେ ପୁଅ ଝିଅଙ୍କୁ ଏକା ଦେଖି ୮ରୁ ୧୦ ଜଣ ଦୁର୍ବୃତ୍ତ ସେମାନଙ୍କୁ ଘେରିଯାଇଥିଲେ। ସେଠାରେ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା।
ଗତକାଲି ୭ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ବେଳେ ବର୍ତ୍ତମାନ ଆଉ 3ଜଣଙ୍କୁ ଧରିଛି ପୋଲିସ।