ଆଜି ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସାଙ୍ଗରେ ରହିବେ ଆଇନମନ୍ତ୍ରୀ
ଶୃଙ୍ଖଳିତ ରଥଯାତ୍ରା ନେଇ ବସିବ ବୈଠକ।
ପୁରୀ: ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଗକୁ ଆସୁଛି ରଥଯାତ୍ରା। ଆଉ ମାତ୍ର କେଇ ଦିନର ଅପେକ୍ଷା। ତେଣୁ ରଥଯାତ୍ରାରେ ଯେପରି କୌଣସି ପ୍ରକାର ଅଘଟଣ ନଘଟେ, ସବୁ ଯେମିତି ଶାନ୍ତି ଶୃଙ୍ଖଳାର ସହ ସମାପନ ହୁଏ, ସେନେଇ ସମୀକ୍ଷା କରିବାକୁ ଯିବେ ମୁଖ୍ୟମନ୍ତ୍ରୀ।
ଏକାଧାରାରେ କହିବାକୁ ଗଲେ ରଥଯାତ୍ରା ପ୍ରସ୍ତୁତିକୁ ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ପୂର୍ବାହ୍ନ ୧୧ଟାରେ ପୁରୀ ପୌରସଦନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତି ପରିଡ଼ା। ତାଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହି ବୈଠକରେ ରହିବେ।
ଏହି ବୈଠକରେ ପରିମଳ, ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବହନ ଉପରେ ଆଲୋଚନା ହେବ। ଶୃଙ୍ଖଳିତ ନୀତିକାନ୍ତି ଓ ସୁବ୍ୟବସ୍ଥିତ ଦର୍ଶନ ନେଇ ମଧ୍ୟ ଆଲୋଚନା ହେବ।