ଇରାନ: ଇରାନ-ଇଜ୍ରାଏଲ ଯୁଦ୍ଧ ଭିତରେ ଭୂକମ୍ପ ଝଟକା। ଭୂମିକମ୍ପରେ ଥରିଲା ଇରାନ। ଇରାନର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।
ତେବେ ଇରାନ ଏବେ ଆକ୍ରମଣାତ୍ମକ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି। ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ଉପରେ ରାଗ ସୁଝାଉଛି ଇରାନ।
ସେପଟେ ଯୁଦ୍ଧ ସ୍ଥିତି ଭିତରେ ଇରାନରେ ଅନୁଭୂତ ହୋଇଛି ଭୂମିକମ୍ପ। ୪.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପରେ ଇରାନର ସର୍ଗଜ ଅଞ୍ଚଳୃ ଥରିବାକୁ ଲାଗିଛି।