ଭୁବନେଶ୍ୱର: ସଫଳ ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପରେସନ୍। ନବୀନଙ୍କ ଅସ୍ତ୍ରୋପ୍ରଚାର ସଫଳ ଭାବରେ ସମ୍ପନ୍ନ ହୋଇଛି।
ସର୍ଭାଇକାଲ ଆର୍ଥାରାଇଟ୍ସର ସଫଳ ଅସ୍ତ୍ରୋପ୍ରଚାର ସରିଛି। ମୁମ୍ୱାଇର କୋକିଳା ବେନ୍ ଧୀରୁଭାଇ ଅମ୍ୱାନୀ ହସ୍ପିଟାଲରେ ନବୀନଙ୍କର ସଫଳ ହୋଇଛି ଅପରେସନ।
ଅପରେସନ ପରେ ଦୁଇ ଦିନ ଅବଜରଭେସନରେ ରହିବେ ନବୀନ। ଏନେଇ ସୂଚନା ଦେଲେ ନବୀନଙ୍କ ଡାକ୍ତର ରମାକାନ୍ତ ପଣ୍ଡା। ଯାହାଙ୍କ ତତ୍ତ୍ୱାବଧାନରେ ନବୀନ ମୁମ୍ୱାଇ ଯାଇଛନ୍ତି।