କମ୍ପ୍ୟୁଟର ଚିପରେ ରହିଛି ସୁନା, ଏହି ଉପାୟରେ ବାହାର କରନ୍ତୁ

ବିନା ଟଙ୍କାରେ ଆପଣ ପାଇପାରିବେ ସୁନା

ଓଡିଶା ଭାସ୍କର: ବିନା ଟଙ୍କାରେ ପାଇପାରିବେ ସୁନା। ସୁନା ସବୁବେଳେ ବିଶ୍ୱର ମୂଲ୍ୟବାନ ଜିନିଷ ଭାବରେ ଗଣାହେଉ ଥିବାବେଳେ ଦିନକୁ ଦିନ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଶହ ଶହ ବର୍ଷ ପୂର୍ବରୁ ହେଉ କିମ୍ବା ଆଜି, ଏହାକୁ ଅଳଙ୍କାର ଭାବରେ ବ୍ୟବହାର କରାଯାଉଛି।

କଣ ଆପଣ ଜାଣିଛନ୍ତି, ନୀତିଦିନ ଆପଣ ବ୍ୟବହୃତ କରୁଥିବା ଜିନିଷରେ ସୁନା ଲୁଚିକି ରହିଛି? ଆଜ୍ଞା ହଁ, ନୀତିଦିନ ଆପଣ ଯେଉଁ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ସେଥିରେ ଯେଉଁ ଚିପ୍ ରହିଛି ସେଥିରେ ସୁନା ରହିଛି।

କମ୍ପ୍ୟୁଟରରେ ସୁନା କେଉଁଠି? କମ୍ପ୍ୟୁଟରର RAM ରେ ସାଧାରଣତଃ ସୁନା ମିଳିଥାଏ। ଏହା କମ୍ପ୍ୟୁଟରର ଅସ୍ଥାୟୀ ମେମୋରୀ। ଏଥିରେ ଏକ ପ୍ଲେଟରେ କିଛି ଚିପ୍ସ ଥାଏ ଏବଂ କମ୍ପ୍ୟୁଟରର ସ୍ଲଟରେ ଫିଟ୍ ହେଉଥିବା ଅଂଶ ସୁନାରେ ତିଆରି ହୋଇଥାଏ।

କିନ୍ତୁ ଏହାକୁ ବାହାର କରିବା ସହଜ ହୋଇନଥାଏ। ଏହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ଦେଖାଯାଇଛି, ଜଣେ ବ୍ୟକ୍ତି ଏକ ବସ୍ତାରୁ ବହୁତ ପୁରୁଣା କମ୍ପ୍ୟୁଟରର RAM ବାହାର କରୁଛନ୍ତି। ଏବଂ କଇଁଚି ସାହାର୍ଯ୍ୟରେ RAM ର ସେହି ଅଂଶକୁ କାଟୁଛନ୍ତି ଯେଉଁଥିରେ ସୁନା ଅଛି। ତା ପରେ ସେ କିଛି ରାସାୟନିକ ପଦାର୍ଥ ମିଶାଇ ଏହାକୁ ଫିଲ୍ଟର କରୁଛନ୍ତି ଏବଂ ସେଥିରୁ ଛୋଟ ସୁନା ଖଣ୍ଡ ବାହାରୁଛି। ଯାହା ସାଧାରଣତଃ 1 ଗ୍ରାମ କିମ୍ବା 2ଗ୍ରାମର ଅଟେ।