୩ ଯୁବତୀଙ୍କୁ ଦଳିଦେଲା ‘ଆମ ବସ୍’: ଅଧା ରହିଗଲା ଜଗା ଦର୍ଶନ

ପିପିଲି: ପୁଣିଥରେ ଆମ ବସ୍ ନେଲା ଜୀବନ । ଲୋକଙ୍କ ଉପରେ ଆମ ବସ୍ ଚଢ଼ିଯିବାରୁ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି ।

ପିପିଲି ଏନଏଚର ଓଭର ବ୍ରିଜ ନିକଟରେ ଏହି ବଡ଼ ଦୁର୍ଘଟଣା ଘଟିଥିବା ସୂଚନା । ୩ ମୃତକ ଭୁବନେଶ୍ୱର ଓ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି ।

ମୃତ ଯୁବତୀମାନେ ଏକ ସ୍କୁଟିରେ ଯାଉଥିବାବେଳେ ଆଉ ଏକ ସ୍କୁଟି ସେମାନଙ୍କୁ ସାଇଟ୍ ମାରିଥିଲା । ଯାହାଫଳରେ ୩ ଯୁବତୀ ତଳେ ପଡ଼ିଯାଇଥିଲେ ।

ଏହାପରେ ପଛରୁ ଆସୁଥିବା ଆମ ବସ୍ ସେମାନଙ୍କ ଉପରେ ଚଢ଼ି ଯାଇଥିବା ଜଣାପଡ଼ିଛି ।

ମୃତକମାନେ ଜଗା ଦର୍ଶନ କରିବାକୁ ଯାଉଥିବାବେଳେ ଆମ ବସ୍ ସେମାନଙ୍କ ଉପରେ ଚଢ଼ି ଯାଇଥିବା କୁହାଯାଉଛି ।

ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ତେବେ ଆମ ବସୟ ଚକା ତଳେ ଲୋକଙ୍କ ଜୀବନ ଯିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଉଭୟ କଟକ, ଭୁବନେଶ୍ୱର ଏବଂ ଅନ୍ୟ ଅଞ୍ଚଳରେ ଆମ ବସ୍ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟିସାରିଛି ।