ଗୁଣି-ଗାରେଡ଼ି ପାଇଁ କୁକୁରକୁ ବଳି.. ଏହି ମାମଲା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

କୁକୁଡା ନୁହେଁ କି ଛେଳି ନୁହେଁ, ଗୁଣି ପାଇଁ କୁକୁରକୁ ଦିଆଯାଉଛି ବଳି

ନୂଆଦିଲ୍କୀ: ଆପଣ ଗୁଣି ଗାରେଡ଼ି ପାଇଁ ମଣିଷକୁ କିମ୍ବା କୁକୁଡ଼ାକୁ ବଳି ଦେବା କଥା ନିହାତି ଶୁଣିଥିବେ। କିନ୍ତୁ ଆପଣ ଶୁଣିଛନ୍ତି କି ଏହି ଗୁଣି ପାଇଁ କେଉଁଠାରେ କୁକୁରକୁ ବଳି ଦିଆଯାଉଛି।

ଆଜ୍ଞା ହଁ ଏମିତି ଏକ ଘଟଣା ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି। ଏଠାରେ ଏକ କୁକୁରର ମୃତ୍ୟୁ ପରେ ଗୁଣି-ଗାରେଡ଼ି ହେବା କଥା କୁହାଯାଉଛି। ବେଙ୍ଗାଲୁରୁର ମହାଦେବପୁରାରେ ଥିବା ଏକ ଫ୍ଲାଟରେ ରହୁଥିବା ଜଣେ ମହିଳା ନିଜ ଘରେ ରଖିଥିବା କୁକୁରକୁ ଗୁଣି ବିଦ୍ୟା ପ୍ରାପ୍ତ କରିବାକୁ ବଳି ଦେଇଛି।

ମହିଳା ଜଣକ ନିଜ ଘରେ ରଖିଥିବା କୁକୁରର ଗଳାଚିପି ହତ୍ୟା କରି ତାକୁ ଏକ କପଡ଼ାରେ ବାନ୍ଧି ଫ୍ଲାଟରେ ରହୁଥିବା ଘରେ ରଖିଦେଲା। ଏହାପରେ ଘରର ଝରକା କବାଟ ସବୁ ବନ୍ଦ କରିଦେଇ ଚାଲିଗଲା।

ଏହାର କିଛି ଦିନ ପରେ ଫ୍ଲାଟରେ ରହୁଥିବା ଲୋକଙ୍କୁ ଦୁର୍ଗନ୍ଧ ହେଲା। ଏହାପରେ ସେମାନେ ବିବିଏମପିକୁ ସୂଚନା ଦେଇଥିଲେ। ଯେତେବେଳେ ଅଧିକାରୀ ସେଠାରେ ପହଞ୍ଚିଲେ, ସେଠାରେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଅଧିକାରୀମାନେ କୁକୁରର ସଢିଯାଇଥିବା ମୃତଦେହକୁ ଉଦ୍ଧାର କରିଥିଲେ। କିନ୍ତୁ ଏହିଠାରେ ଦେଖିବାକୁ ପାଇଥିଲେ ଯେ, ଏହି କୁକୁର ଚାରିପାଖରେ ଗୁଣିଗାରେଡ଼ିର ଜିନିଷ ମିଳିଛି। ଏଠାରେ ଅନେକ ଧାର୍ମିକ ଫଟୋ ମଧ୍ୟ ଦେଖିବାକୁ ମିଳିଛି।

ଏହାପରେ ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ, ମହିଳାଜଣକ କୁକୁରକୁ ଗୁଣି-ଗାରେଡ଼ି ପାଇଁ ମାରିଛି ନା, ତା’ର ମାନସିକ ସ୍ଥିତି ଖରାପ ରହିଛି। ଏହା ପାଳୁତ ପଶୁଙ୍କର ଜୀବନ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।