ବ୍ରହ୍ମପୁରରେ ହଇଚଇ, ଲଜ୍‌ରେ ଯୁବତୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ

ଲଜ୍‌ରେ ଯୁବତୀଙ୍କୁ ଛୁରି ଭୁଷି ହତ୍ୟା

ବ୍ରହ୍ମପୁର: ଦେଶ ତଥା ରାଜ୍ୟରେ ହତ୍ୟା ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଏହାରି ମଧ୍ୟରେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ରହ୍ମପୁରର ଏହି ଘଟଣା। ଏଠାରେ ଜଣେ ଯୁବତୀଙ୍କୁ ଲଜରେ ଛୁରୀ ଭୁଷି ହତ୍ୟା କରାଯାଇଛି।

ସୂଚନା ମୁତାବକ, ଯୁବତୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି। ବର୍ତ୍ତମାନ ଏହି ଖବର ବ୍ରହ୍ମପୁରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି କୁଚିଣ୍ଡାରେ ମଧ୍ୟ ଏକ ହତ୍ୟା ମାମଲା ସାମ୍ନାକୁ ଆସିଥିଲା। ଏଠାରେ ନିଜ ଜନ୍ମ କଲା ବାପାକୁ କୋଦାଳ ବେଣ୍ଟରେ ପିଟି ମାରିଦେଇଛି ପୁଅ।

ସୂଚନାନୁଯାୟୀ, ହତ୍ୟା ପରେ ଘରେ ତାଲା ପକାଇ ଅଭିଯୁକ୍ତ ପୁଅ ଫେରାର ଅଛି। ଜମନକିରା ଥାନା ସାନଲାଙ୍ଗବାହାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।