ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଶତକ ଛୁଉଁ ଛୁଉଁ ଆଉଟ୍ ହେଲେ ଯଶସ୍ୱୀ ଜୟସ୍ୱାଲ

ଅର୍ଦ୍ଧଶତକ ମାରି ଆଉଟ୍ ହେଲେ ଯଶସ୍ୱୀ ଜୟସ୍ୱାଲ।

ନୂଆଦିଲ୍ଲୀ:  ଟିମ୍ ଇଣ୍ଡିଆକୁ ବଡ଼ ଝଟକା। ଶତକ ପାଖରୁ ପଳେଇ ଆସିଲେ ଯଶସ୍ୱୀ ଜୟସ୍ୱାଲ। ଆଉ ମାତ୍ର ୧୩ ରନର ଥିଲା ବ୍ୟବଧାନ। ହେଲେ ୮୭ ରନରେ ଆଉଟ୍ ହୋଇଗଲେ ଜୟସ୍ୱାଲ।

ହେଲେ ଭାରତ ଏବଂ ଇଂଲଣ୍ଡ  ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଯଶସ୍ୱୀ ଜୟସ୍ୱାଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫୯ ବଲରେ ତାଙ୍କ ଅର୍ଦ୍ଧ ଶତକ ପୂରଣ କରିଛନ୍ତି।

ଜୟସ୍ୱାଲ ଇଂଲଣ୍ଡ ବିପକ୍ଷରେ ଓପନିଂ କରିବାକୁ ଆସିଥିଲେ। ଏହି ମ୍ୟାଚ୍‌ରେ ଯଶସ୍ୱୀ ଜୟସ୍ୱାଲ କେଏଲ୍ ରାହୁଲଙ୍କ ସହିତ ଓପନିଂ କରିବାକୁ ଆସିଥିଲେ। ରାହୁଲ କିଛି ସମୟ ପରେ ଆଉଟ୍ ହୋଇଥିଲେ କିନ୍ତୁ ଯଶସ୍ୱୀ କ୍ରିଜ୍‌ରେ ରହିଥିଲେ।

ଏଠି ଆମେ ଆପଣଙ୍କୁ କହି ରଖୁଛୁ କି, ଗତ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଶତକ ମାରିଥିଲେ। 23 ବର୍ଷୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାତ୍ର ୧୪୪ ବଲ୍‌ରେ ଶତକ ହାସଲ କରିଥିଲେ।

ଏହା ଯଶସ୍ୱୀ ଜୟସ୍ୱାଲଙ୍କ ପଞ୍ଚମ ଟେଷ୍ଟ ଶତକ ଥିଲା। ଆଉ ଆଜିର ମ୍ୟାଚରେ ମଧ୍ୟ ଜୟସ୍ୱାଲ ଭଲ ପ୍ରଦର୍ଶନ କରିଥିଲେ। ଯେତେବେଳେକି ଶୁଭମନ ଗିଲ୍ ତାଙ୍କୁ ସମର୍ଥନ କରୁଥିଲେ।

ସବୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଆଶା ଥିଲା କି ଜୟସ୍ୱାଲ ଆସି ବି ଶତକ ମାରିବେ। କାରଣ ସେ ୮୦ ରନ୍ ପାର କରିସାରିଥିଲେ। ହେଲେ ଦୁର୍ଭାଗ୍ୟ ବଶତଃ ସେ  ୧୦୭ ବଲ୍ ଖେଳି ୮୭ ରନରେ ଆଉଟ୍ ହୋଇଗଲେ।