ସମସ୍ତ ସ୍କୁଲ ଏବଂ କଲେଜ ଏହିଠାରେ ହେଲା ବନ୍ଦ, ପ୍ରବଳ ବର୍ଷା ପାଇଁ ନିଆଗଲା ଏପରି ନିଷ୍ପତ୍ତି

ସ୍କୁଲ କଲେଜ ଛୁଟି, ପ୍ରବଳ ବର୍ଷା ପାଇଁ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ଜାରି ରହିଛି ବର୍ଷା। ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ରାସ୍ତା ଘାଟ ପାଣିରେ ଭର୍ତ୍ତି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି।

ହୀରାକୁଦରେ ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରୁଛି। ହୀରାକୁଦ ଡ୍ୟାମ୍ ବାମପଟର ୧୧ଟି ଗେଟ୍ ଖୋଲାଅଛି। ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଏବେ ହୀରାକୁଦ ଜଳସ୍ତର ୬୦୬ ଦଶମିକ ୨୩ ଫୁଟ ରହିଛି। ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୯ ହଜାର ୧୦ କ୍ୟୁସେକ ଜଳ ପ୍ରବେଶ ହେଉଛି।

ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୮୩୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସ୍ପିଲୱେ ପାଇଁ ଯାଉଛି ୨ ଲକ୍ଷ ୩୨ ହଜାର ୮୯୬ କ୍ୟୁସେକ୍ ଜଳ। ପାୱାର ଚ୍ୟାନେଲ ପାଇଁ ଛଡ଼ାଯାଉଛି ୩୩ ହଜାର ୭୦୮ କ୍ୟୁସେକ୍ ପାଣି। ହୀରାକୁଦରେ ୬୪ ସ୍ଲଇସ୍ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ଟି ଗେଟ୍ ରହିଛି। ହୀରା କୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି।

ଫୁଲୁଛି ମହାନଦୀ, ସୁବର୍ଣ୍ଣରେଖା: ଲଗାଣ ବର୍ଷାରେ ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର। ନରାଜଠାରେ ବଢୁଛି ମହାନଦୀ ଜଳସ୍ତର। ଆଖୁଆପଦାରେ ଫୁଲୁଛି ବୈତରଣୀ। ରାଜଘାଟ ଓ ଜାମଶୋଳାଘାଟରେ ଫୁଲୁଛି ସୁବର୍ଣ୍ଣରେଖା। ମଥାନୀଠାରେ ବଢୁଛି ଜଳକା ଜଳସ୍ତର।

ସ୍କୁଲ କଲେଜ ଛୁଟି: ସେହିପରି ଦେଶରେ ବର୍ତ୍ତମାନ ଲଗାଣ ବର୍ଷା ବିଭିନ୍ନ ରାଜ୍ୟରେ ଲାଗିରହିଛି। ମହାରାଷ୍ଟର ନାଗପୁରରେ ଲଗାତାର ବର୍ଷା ଜାରି ରହିଛି। ଏଥିସହ ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲ୍ଲା କଲେକ୍ଟର ବିପିନ ଇଟନକର ଆଜି ଅର୍ଥାତ ୯ ଜୁଲାଇକୁ ଜିଲ୍ଲାର ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଛତିଗଡ଼ର କୋରବାରେ ପ୍ରବଳ ବର୍ଷା ଜାରି ରହିଛି। ଏଥିପାଇଁ ଦେବଦାରୀ ଜଳପ୍ରପାତର ପାଣି ବଢିଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନର ଆଧିକାରୀମାନେ ଏବଂ ପୋଲିସ ଫସିଯାଇଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି।