ନୂଆଦିଲ୍ଲୀ: ଲର୍ଡସ ଟେଷ୍ଟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହେବା ପରେ, ପୁଣି ଥରେ ଭାରତୀୟ ଅଧିନାୟକ ଟସ୍ ହାରିଗଲେ। ଏହା ଲଗାତାର ତୃତୀୟ ଥର ଯେତେବେଳେ ଗିଲ୍ ଟସ୍ ହାରିଛନ୍ତି ଏବଂ ବେନ୍ ଷ୍ଟୋକ୍ସ ଟସ୍ ଜିତିଛନ୍ତି।
ହେଲେ ଏଥର ଇଁଲଣ୍ଡ ଅଧିନାୟକ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଦୁଇଥର ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ, ଏଥର କିନ୍ତୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହା ପରେ ଭାରତୀୟ ଟିମ୍ ଓ୍ୱିକେଟ୍ ନେବାକୁ ପଡ଼ିଆକୁ ଓହ୍ଲାଇଥିଲା। କିନ୍ତୁ ନା ଜସପ୍ରୀତ ବୁମରାହ ସଫଳତା ପାଇଲେ ନା ଆକାଶ ଦୀପ ୱିକେଟ୍ ପାଇଲେ।
ହେଲେ ନୀତିଶ କୁମାର ରେଡ୍ଡୀ ପ୍ରଥମ ୱିକେଟ୍ ପାଇଲେ। ଏହା ସହିତ ସେ ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନଙ୍କ ସହ ମଧ୍ୟ ସମକକ୍ଷ ହୋଇଗଲେ।
ନୀତିଶ କୁମାର ରେଡ୍ଡି: ଅଧିନାୟକ ଶୁଭମନ ଗିଲ୍, ଜସପ୍ରିତ ବୁମରାହ ଏବଂ ଆକାଶ ଦୀପଙ୍କୁ ବୋଲିଂ ଫ୍ରଣ୍ଟରେ ରଖିଥିଲେ। ଭାବିଥିଲେ ସଫଳତା ଶୀଘ୍ର ମିଳିବ।
କିନ୍ତୁ ଇଂଲଣ୍ଡର ଓପନରମାନେ ମଧ୍ୟ ବହୁତ ସତର୍କତାର ସହିତ ଖେଳୁଥିଲେ। ବେନ୍ ଡକେଟ ଏବଂ ଜ୍ୟାକ୍ କ୍ରାଉଲି ପ୍ରଥମରୁ ଜଗିଥିଲେ । ଏହି ସମୟରେ ଯେତେବେଳେ ବୁମରାହ ଏବଂ ଆକାଶଙ୍କୁ ୱିକେଟ୍ ମିଳିଲା ନାହିଁ ଗିଲ୍ ନୀତୀଶ କୁମାର ରେଡ୍ଡିଙ୍କୁ ବଲ୍ ଦେଇଥିଲେ।
ନୀତିଶ କୁମାର ରେଡ୍ଡି ଆସିବା ମାତ୍ରେ ସେ ସେହି କାମ କରିଥିଲେ ଯାହା ବୁମରାହ ଏବଂ ଆକାଶ ଦୀପ କରିପାରି ନଥିଲେ। ସେ ପ୍ରଥମେ ପ୍ରଥମ ଓଭରରେ ବେନ୍ ଡକେଟଙ୍କୁ ଆଉଟ୍ କରିଥିଲେ ଏବଂ ସେହି ଓଭରରେ ସେ ଜ୍ୟାକ୍ କ୍ରାଉଲିଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।
ଇଂଲଣ୍ଡକୁ ଝଟକା: ଇଂଲଣ୍ଡର ଦୁଇ ଓପନର ପ୍ରଥମରୁ ଏକ ବଡ଼ ଇନିଂସ ଖେଳିବାରୁ ବଞ୍ଚିତ ହେଲେ। ଭାରତକୁ ପ୍ରଥମ ସଫଳତା ୧୪ ତମ ଓଭରରେ ମିଲିଥିଲା।
ଯେତେବେଳେ ଇଂଲଣ୍ଡର ସ୍କୋର ମାତ୍ର ୪୩ ରନ୍ ହୋଇଥିଲା। ବୋନ୍ ଡକେଟ୍ ପ୍ରତମେ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ବେଳକୁ ୪୦ ବଲ୍ ଖେଳି ୨୩ ରନ୍ କରିଥିଲେ। ସେ ତାଙ୍କ ସ୍କୋର୍ ବଢ଼ାଇବା ପୂର୍ବରୁ ରେଡ୍ଡି ତାଙ୍କୁ ଆଉଟ୍ କରିଥିଲେ।
ଏହାସହ ସେହି ଓଭରର ଶେଷ ବଲରେ ନୀତିଶ କୁମାର ରେଡ୍ଡି ଜ୍ୟାକ୍ କ୍ରାଉଲିଙ୍କୁ ମଧ୍ୟ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ସେତେବେଳକୁ କ୍ରାଉଲି ୪୩ ବଲରେ କରିଥିଲେ ମାତ୍ର ୧୮ ରନ୍।
ଇରଫାନ ପଠାନ ପ୍ରଥମ ଓଭରରେ ହ୍ୟାଟ୍ରିକ୍ ନେଇଥିଲେ: ଏବେ ଆମେ ଆପଣଙ୍କୁ ଆଉ ଏକ ବିଶେଷ କଥା କହିବୁ। ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୨୩ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ଯେ କୌଣସି ଭାରତୀୟ ଦ୍ରୁତ ବୋଲର ମ୍ୟାଚରେ ତାଙ୍କର ପ୍ରଥମ ଓଭରରେ ଦୁଇଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି।
ଏହା ପୂର୍ବରୁ ୨୦୦୬ ମସିହାରେ ଇରଫାନ ପଠାନ କରାଚୀରେ ପାକିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। ଇରଫାନ ଏଥିରୁ ଚାରି ପାଦ ଆଗରେ ଥିଲେ।
ସେ କେବଳ ଦୁଇଟି ନୁହେଁ ତିନୋଟି ୱିକେଟ୍ ନେଇଥିଲେ ଏବଂ ହ୍ୟାଟ୍ରିକ୍ ମଧ୍ୟ ପୂରଣ କରିଥିଲେ। ଏଥର ନୀତିଶ କୁମାର ରେଡ୍ଡୀ ଦୁଇଟି ୱିକେଟ୍ ନେଇଛନ୍ତି।