ମାଲେସିଆ: ପକ୍ଷୀ ପରି ଆକାଶରେ ଉଡ଼ି ଉଡ଼ି ଯାଉଥିଲା ହେଲିକପ୍ଟର। ଆଉ ତଲେ ଥିଲା ନଦୀର ଗଭିର ଗଣ୍ଡ। ଆଉ ସେହି ନଦୀର ଗଭୀର ପାଣି ଭିତରେ ବୋଟ୍ ଯୋଗେ ମାଛ ଧରୁଥିଲେ ମାଛଧରାଳୀ। ହେଲେ ହଠାତ୍ କ’ଣ ହେଲା କେଜାଣି ପାଣି ଭିତରେ ଖସିପଡ଼ିଲା ହେଲିକପ୍ଟର ଟି।
ହଁ ଆକାଶରେ ଯାଉଥିବା ସମୟରେ ନଦୀର ପାଣି ଭିତରେ ଖସି ପଡ଼ିଲା ହେଲିକପ୍ଟର। ଯାହାକୁ ଦେଖି ଭୟରେ ମାଛ ଧରୁଥିବା ଲୋକ ସେଠାରୁ ସଙ୍ଗେ ସଙ୍ଗେ କୂଳକୁ ଚାଲିଆସିଥିଲେ।
ପାଣି ଭିତରେ ଖସିପଡିଲା ହେଲିକପ୍ଟର: ଘଟଣାଟି ହେଉଛି ମାଲେସିଆର। ମାଲେସିଆର ଜୋହରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପୋଲିସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜରୁରୀକାଳୀନ ଅବତରଣ ସମୟରେ ପୋଲିସ ହେଲିକପ୍ଟରଟି ସିଧା ନଦୀରେ ଖସିପଡ଼ିଛି।
ହେଲିକପ୍ଟରଟି ଏକ ନିୟମିତ ସାମରିକ ଅଭ୍ୟାସ କରୁଥିବା ସମୟରେ ନଦୀରେ ଖସିପଡିଛି। ଦୁର୍ଘଟଣା ପରେ ଆଶ୍ୱସ୍ତିର କଥା ହେଉଛି ଯେ ହେଲିକପ୍ଟରରେ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି।
ମାଲେସିଆର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନ ଦୁର୍ଘଟଣା କିପରି ହେଲା ତଦନ୍ତ କରିବ ବ୍ୟୁରୋ।
ଭିଡିଓ ଭାଇରାଲ: ମାଲେସିଆରେ ହେଲିକପ୍ଟର ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମାଲେସିଆର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ହେଲିକପ୍ଟରଟି ତାନଜୁଙ୍ଗ କୁପାଙ୍ଗ ପୋଲିସ ଷ୍ଟେସନରୁ ଉଡ଼ାଣ ଭରିଥିଲା।
କିନ୍ତୁ କିଛି ସମୟ ପରେ ଏଥିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟରଟି ନଦୀରେ ଖସିପଡ଼ିଲା। ନଦୀରେ ପଡ଼ିବା ପରେ ଉଦ୍ଧାରକାରୀ ଟିମ୍ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରିଥିଲେ।
WATCH: Police helicopter crashes into Pulai River in Johor, Malaysia, at least 5 people hospitalized. pic.twitter.com/3456sNg5xT
— AZ Intel (@AZ_Intel_) July 10, 2025
ପୋଲିସକୁ ଦିଆଯାଇଥିଲା: ୧୯୯୬ ମସିହାରେ ହେଲିକପ୍ଟରଟି ପୋଲିସକୁ ଦିଆଯାଇଥିଲା। ମାଲେସିଆରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ଏକ ଫରାସୀ ନିର୍ମିତ ଏୟାର ବସ୍ AS355N ମଡେଲ ଥିଲା।
ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ଏକ ହାଲୁକା ଉପଯୋଗୀ ସିଙ୍ଗଲ୍ ରୋଟର ହେଲିକପ୍ଟର ଥିଲା। ଏହି ହେଲିକପ୍ଟରଟି ବିଶ୍ୱର ସୁରକ୍ଷା ବାହିନୀ, ଘରୋଇ ଚାର୍ଟର ଏବଂ କର୍ପୋରେଟ୍ ସେବା ଦ୍ୱାରା ବ୍ୟବହୃତ ହୁଏ।
ଏହି ହେଲିକପ୍ଟରଟି ୧୯୯୬ ମସିହାରେ ମାଲେସିଆ ପୋଲିସକୁ ଦିଆଯାଇଥିଲା। ନଭେମ୍ବର ୨୦୨୩ ରେ ଏହାକୁ ବଦଳାଇବା ପାଇଁ ନୂତନ ଟେଣ୍ଡର ଜାରି କରାଯାଇଥିଲା।