ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ୱଶୁର ମୃତ, ବୋହୂ ଗୁରୁତର

ଢେଙ୍କାନାଳ: ବିଦ୍ୟୁତ ଆଘାତରେ ଗଲା ଶ୍ୱଶୁରର ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳର କାମାକ୍ଷାନଗରରେ। ଯେଉଁଠି ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ୱଶୁରଙ୍କର ମୃତ୍ୟୁ ହୋଇଥିବାବେଳେ ବୋହୂ ଗୁରୁତର ଅଛନ୍ତି।

ଢେଙ୍କାନାଳ କାମାକ୍ଷାନଗର ଅନ୍ତର୍ଗତ ପରଜଙ୍ଗ ଥାନା କୁଆଳୋ ଗାଁରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା। ଗାଧୋଇସାରି ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଶ୍ୱଶୁର ଏବଂ ବୋହୂ।

ଯାହାଫଳରେ ଶ୍ୱଶୁରଙ୍କର ମୃତ୍ୟୁ ହୋଇଥିବାବେଳେ ବୋହୂ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।