ଉତ୍ତରପ୍ରଦେଶ: ଏବେ ସାରା ଦେଶରେ ମୌସୁମୀ ସକ୍ରିୟ ରହିଛି। ପାହାଡ଼ ପର୍ବତ ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ବନ୍ୟା ଭଳି ପାଣି ପ୍ରବାହିତ ହେଉଛି। ସବୁଠି ମୌସୁମୀ ତାଣ୍ଡବ ରଚୁଛି।
ସେହିପରି ଉତ୍ତର ପ୍ରଦେଶରେ ମଧ୍ୟ ପାଗର ମିଜାଜ ବଦଳିଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଜଡିତ ଘଟଣାରେ ୨୪ ଘଣ୍ଟାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ତେବେ ମୃତ୍ୟୁର କାରଣ କ’ଣ ରହିଛି? ତାହା ଆପଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା। ବର୍ଷା ଯୋଗୁଁ ହୋଇଥିବା ଘଟଣାରେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ବଜ୍ରପାତ, ପ୍ରବଳ ବର୍ଷାରେ ବନ୍ୟା ପାଣିରେ ବୁଡ଼ିଯିବା ଏବଂ ସାପ କାମୁଡ଼ା ଭଳି ବିଭିନ୍ନ ଘଟଣାରେ ଏହି ଲୋକମାନେ ମୃତ୍ୟୁବରଣ କରିଛନ୍ତି।
ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଇଛି।